ବୁଧବାର ରାଶିଫଳ: କେମିତି କଟିବ ଆଜିର ଦିନଟି


ସତ୍ୟଶିଖା (ଭୁବନେଶ୍ୱର) ୩୦.୦୩.୨୦୨୨:
ମେଷ – ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହ ଯୋଗ ପାଇବେ । ଅଜାଣତରେ କ୍ଷତିସହି ପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କାର୍ଯ୍ୟହାସଲ କରିବେ, ମାତ୍ର ବିଳମ୍ବରେ । ଶତ୍ରୁଭାବ ବୃଦ୍ଧ ିହେଲେ ବି କିଛି ଅନିଷ୍ଠହେବ ନାହିଁ ।
ବୃଷ – ମହିଳାମାନଙ୍କ କ୍ଷେତ୍ରରେ ଆଜି ଆର୍ଥିକ ଲାଭର ଯୋଗ ରହିଛି । ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ କାର୍ଯ୍ୟରେ ସହାୟତା କରିବେ । ଧର୍ମକ୍ରିୟାରତ ଓ ପରାମର୍ଶଦାତା ହେବେ । ମନୋଜ୍ଞ ହୋଇପାରନ୍ତି ।
ମିଥୁନ – ମାନସିକ ଅସ୍ଥିରତା ଓ ପାରିବାରିକ ସମସ୍ୟା ଦୂର ହେବ । ଶ୍ରେଷ୍ଠ କର୍ମରେ ନିୟୋଜିତ ସହ ସଙ୍ଗୀତ ମିତ୍ରଙ୍କ ଆଗ୍ରହୀ ହେବେ । କର୍ମାନୁରକ୍ତ ଏବଂ ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ସରକାରୀ ମାନ୍ୟତା ମିଳିବ ।
କର୍କଟ – ମହିଳାମାନେ ଅର୍ଥଚିନ୍ତା କରିବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ହୋଇପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ ।
ସିଂହ – ଛାତ୍ରଛାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ସମ୍ମାନୀତ ହେବେ । ଶ୍ରମ ସାର୍ଥକ ହେବ । ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ । ସୁଖ-ସମ୍ଭୋଗ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୁଣଜ୍ଞ ହେବେ ।
କନ୍ୟା – କର୍ମକ୍ଷେତ୍ରରେ ସତର୍କତା ସହ କାର୍ଯ୍ୟ କରି ସଫଳତା ପାଇବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହାକି ଆପଣ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ, ମାତ୍ର ଏହା ବିଳମ୍ବିତ ହୋଇପାରେ । ବହୁ ଧନ ସହିତ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ ।
ତୁଳା- କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ । ବ୍ୟବସାୟରେ ହଠାତ କ୍ଷତି ହୋଇଯାଇପାରେ,ସତର୍କ ରହିବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ ।
ବିଛା- ବିବାଦ ଘେରରେ ପଡିପାରନ୍ତି,ଏଣୁ ଅଯଥା ଯୁକ୍ତି କରନ୍ତୁ ନାହିଁ । ଆୟ ଭଲ ରହିବ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ଧନୁ- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇବେ ।
ମକର – ଆଲୋଚନା ଅନୁଯାୟୀ କାମଗୁଡିକ ସବୁ ଠିକ୍ ଠାକ୍ ହୋଇଯିବ । ତୀର୍ଥଯାତ୍ରା ପାଇଁ ସୁଯୋଗ ମିଳିବ । ପ୍ରତାରିତ ହୋଇପାରନ୍ତି । କୌଶଳରେ କାର୍ଯ୍ୟହାସଲ କରିବେ । ଦେବ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ । ଭୋଜନ ସୁଖ ମିଳିବ । ମଧୁରଭାଷୀ ହେବେ ।
କୁମ୍ଭ – ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ସତ୍ୟବାଦୀ, ପଣ୍ଡିତ ଓ ପ୍ରବାସୀ ହୋଇପାରନ୍ତି ।
ମୀନ – ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତି ସହ ପ୍ରତିଷ୍ଠା ମିଳିବ । ଅଜାତଶତ୍ରୁ ଏବଂ ସରକାରୀ ସ୍ତରରେ ସମ୍ମାନିତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।