ଦେଶନ୍ୟୁଜ୍ବିଦେଶ

୯ ରେ ଯୁଦ୍ଧ ଘୋଷଣା କରିବେ ପୁଟିନ !

ସତ୍ୟଶିଖା( ଭୁବନେଶ୍ୱର )୦୪.୦୫.୨୦୨୨ :: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ମାସ ରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ତେବେ ଯୁଦ୍ଧ ବେଳକୁ ବେଳ ଉଗ୍ର ରୂପ ନେବାରେ ଲାଗିଛି । ଏହାକୁ ରୁଷ ସ୍ୱତନ୍ତ୍ର ସାମରିକ ଅଭିଯାନ କହି ଆସୁଥିବା ବେଳେ ପ୍ରକୃତ ଯୁଦ୍ଧ ମେ ୯ ତାରିଖରେ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଔପଚାରିକ ଭାବେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ପାରନ୍ତି । ଏହା ସାଂଘାତିକ ରୂପ ନେଇପାରେ । ୟୁକ୍ରେନ କୁ ନାଟୋ ସମେତ ୟୁରୋପୀୟ ଦେଶ ଗୁଡିପ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଶସ୍ତ୍ର ଯୋଗାଇ ଦେବା ଆବଶ୍ୟକ । ରୁଷ ପ୍ରତି ବର୍ଷ ମେ ମାସ ୯ ତାରିଖ କୁ ବିଜୟ ଦିବସ ଭାବେ ପାଳନ କରିଥାଏ ।ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ୧୯୪୫ ମସିହା ମେ ୯ ତାରିଖରେ ହିଟଲର ଙ୍କ ନାଜି ସେନା କୁ ରୁଷ ପରାଜିତ କରିଥିଲା । ତେଣୁ ରାଷ୍ଟ୍ରପତି ପୁଟିନ ଏହି ଦିନ କୁ ଆହୁରି ସ୍ମରଣୀୟ କରିବା ପାଇଁ .ୟୁକ୍ରେନ ଓ ନାଟୋ କୁ ବଡ ସଙ୍କେତ ଦେବାକୁ ଯାଇ ବିଧି ବଦ୍ଧ ଭାବେ ଯୁଦ୍ଧ ଘୋଷଣା କରି ପାରନ୍ତି । ତେଣୁ ମେ ୯ ତାରିଖ କୁ ସତର୍କ ହେବା ପାଇଁ ଆମେରିକୀୟ ଅଧିକାରୀ ମାନେ କହିଛନ୍ତି । ସେପଟେ ରୁଷ ର ଆକ୍ରମଣ ଆହୁରି ଯୋରଦାର ହୋଇ ଯାଇଛି ।ରୁଷ ରକ୍ଷା ମନ୍ତ୍ରାଳୟ ର ପ୍ରବକ୍ତା ମେଜର ଜେନେରାଲ ଇଗୋର କୋନାଶେନକୋବ ଙ୍କ କହିବା ଅନୁଯାୟୀ , ରୁଷ ର ଆକ୍ରମଣରେ ୟୁକ୍ରେନ ର ତୋପଖାନା ଓବଂ ଦୁଇଟି ଇନ୍ଧନ ଡିପୋ ଧୂଳିସାତ ହୋଇଯାଇଛି । ଏହା ଛଡା ରୁଷ ସୈନିକ ମାନେ ୩୯ ଲକ୍ଷ ଲୋକଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମୁଛି । କିନ୍ତୁ ମେ ୯ ତାରିଖକୁ ରହିଛି ଅପେକ୍ଷା । ତେଣୁ ଏହା ପୂର୍ବରୁ ୟୁକ୍ରେନ କୁ ଅଧିକ ସତର୍କ ରହିବାକୁ ପଡିବ ।

Show More
Back to top button