ରାଜ୍ୟ

ମାଗଣାରେ ମିଳିବ ଚାଉଳ, ଡାଲି | Satyasikha

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ପାଇଁ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୫ କେଜି ଚାଉଳ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରାଯିବ। ପିଡିଏସ୍‌ ଚାଉଳ ସହିତ ଅତିରିକ୍ତ ଭାବେ ବିନା ମୂଲ୍ୟରେ ଏହି ଚାଉଳ ମିଳିବ। ସେହିପରି ୩ ମାସ ପାଇଁ ପରିବାର ପିଛା ମାଗଣାରେ ୧ କେଜି ଡାଲି ମଧ୍ୟ ମିଳିବ। ଟ୍ୱିଟ୍‌ ଯୋଗେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

‘କରୋନା’ରେ ଆଜି ସୁଦ୍ଧା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଇସୋଲେସନ୍‌ରେ ଅଛନ୍ତି ୩୭ ଜଣ। ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ‘କରୋନା’ ଆକ୍ରାନ୍ତଙ୍କ ଅଞ୍ଚଳକୁ ସିଲ୍‌ କରିବା ସହିତ ସାନିଟାଇଜ୍‌ କରୁଛନ୍ତି। ଏପରିକି ସେହି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ନିୟମିତ ଯାଞ୍ଚ କରୁଛନ୍ତି।

[ad_2]
Show More
Back to top button