
ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ପେ’ ଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା । ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଘଟଣା ଘଟିଛି । ଚନ୍ଦ୍ରଶେଖରପୁରର ବୈରାଗ ଚରଣ ରାଉତଙ୍କ ଝିଅ ଏୟାରଟେଲ ଡିଜିଟାଲ ଟିଭି ପାଇଁ ରିଚାର୍ଜ କରୁଥିଲେ । ହେଲେ ରିଚାର୍ଜ ନହେବା କାରଣରୁ ଗୁଗୁଲରେ ପେଟିଏମ ହେଲ୍ପ ଲାଇନ ନମ୍ବରରେ କଲ କରି କଥା ହେବା ସମୟରେ ଆକାଉଂଟରେ ଟଙ୍କା କଟିଯାଇଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ସାଇବର କ୍ରାଇମ ଡିପାର୍ଟମେଂଟରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।ସୂଚନା ଅନୁଯାୟୀ, ଟିଭି ରିଚାର୍ଜ ଅନ୍ଲାଇନ୍ରେ କେମିତି ହେବ, ସେନେଇ ୱେବ୍ସାଇଟ୍ ସର୍ଚ୍ଚ କରିଥିଲେ । ପରେ ସେ ମୋବାଇଲରେ ଏକ ଆପ୍ ଡାଉନ୍ଲୋଡ୍ କରି ୨୨୦ ଟଙ୍କାର ରିଚାର୍ଜ କରିଥଲେ । କିନ୍ତୁ ରିଚାର୍ଜ ଫେଲ୍ ହେବା ସହିତ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲା । ଏନେଇ ସେ କଷ୍ଟମର୍ କେୟାର ସହ ଯୋଗାଯୋଗ କରିଥିଲେ । କଷ୍ଟମର କେୟାର ବ୍ୟକ୍ତି ତାଙ୍କ ଆକାଉଣ୍ଟ ବିଷୟରେ ପଚରାଉଚରା କରିବା ପରେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରେ ଥିବା ୯୯ ହଜାର ଟଙ୍କା ଉଠାଣ ହୋଇଯାଇଥିଲା ।