ଅପରାଧନ୍ୟୁଜ୍ରାଜ୍ୟ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୪୨କୁ ବୃଦ୍ଧି

ସତ୍ୟଶିଖା( ଯାଜପୁର )୨୧.୦୨.୨୦୨୨ :  ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗିରଫ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ମୋଟ ୪୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଯାଜପୁର ଏସ୍‌ପି ରାହୁଲ ପି. ଆର୍ କହିଛନ୍ତି। ଘଟଣାରେ ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାସହ ତା’ର ୧୦ ଜଣ ସହଯୋଗୀଙ୍କୁ ନେଇ ଅଟକ ରଖିଥିଲା ବିଞ୍ଝାରପୁର ପୁଲିସ। ତେବେ ଆଜି ମୁଖ୍ୟ ଅଭିଯୁକ୍ତର ସହଯୋଗୀ ୧୦ ଜଣଙ୍କ ସମେତ ୪୨ ଜଣଙ୍କୁ ଗିରଫ କରିଛି ପୁଲିସ। ସମସ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି। ତେବେ ଏହି ହିଂସାକୁ ଦୃଷ୍ଟିରେ ରଖି ଆଗାମୀ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୃତୟନ କରାଯିବ ବୋଲି ଯାଜପୁର ଏସପି ରାହୁଲ ପିଆର କହିଛନ୍ତି।

ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ପୁଲିସ ସନ୍ଦିଗ୍ଧଙ୍କୁ ଉଠାଇ ନେଇଥିଲା। ପରେ ବାଛୋଳ ପଞ୍ଚାୟତରେ ପୁଲିସ୍ ଫ୍ଲାଗ ମାର୍ଚ୍ଚ କରିଥିଲା। ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳର ଖବର ସଂଗ୍ରହ କରୁଥିବା ବିଭିନ୍ନ ଟିଭି ମିଡିଆର ୩ ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା

ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ନିର୍ବାଚନ ଆୟୋଗ।

Show More
Back to top button