

ସତ୍ୟଶିଖା ( କୋରାପୁଟ )୧୮ /୧୧ /୨୦୨୧: ଭିଜିଲାନ୍ସ ଜାଲରେ ପଡିଲେ ରାଜସ୍ବ ନୀରିକ୍ଷକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନୟା ସ୍ବାଇଁ ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲ ଦୁଧାରୀ ଆରଆଇ କ୍ଷୀରାବ୍ଧି ତନୟା ସ୍ବାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗୀଙ୍କଠାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଦ୍ବାରା ଧରାପଡିଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ବନମାଳୀ ପ୍ରଧାନ ସୂଚନା ଦେଇଛନ୍ତି ।