ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ନୂଆବର୍ଷ ସନ୍ଧ୍ୟାରେ ହ୍ବାଟ୍ସଆପରେ ୧୪୦ କୋଟି ଭିଡିଓ ଓ ଭଏସ୍ କଲ

ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : କରୋନା ମହାମାରୀ ମଧ୍ୟରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ବିଶ୍ୱବାସୀ । ଏହା ସହ ସୋସିଆଲ ମିଡିଆ ଆପ୍ ଫେସବୁକ ସମେତ ଏହାର ଅନ୍ୟ ଆପଗୁଡିକ ପାଇଁ ମଧ୍ୟ ନୂଆବର୍ଷ ସକାରାତ୍ମକ ସାବ୍ୟସ୍ତ ହୋଇଛି । କମ୍ପାନୀର ମେସେଜିଂ ଆପଗୁଡିକ ନୂଆବର୍ଷରେ ତାର ଭଏସ୍ କଲ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ଅର୍ଥାତ ୨୦୧୯ ମସିହା ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।ରିପୋର୍ଟ ଅନୁଯାୟୀ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ପ୍ରାୟ ୧.୪ ବିଲିୟନ ଅର୍ଥାତ ୧୪୦ କୋଟି ଥର ଭିଡିଓ କଲ ଓ ଭଏସ୍ କଲ କରାଯାଇଥିବା ସୂଚନା ମିଳିଛି । କରୋନା ମହାମାରି କାରଣରୁ ଅନେକ ଲୋକ ଘରେ ଥିବାରୁ ଅନଲାଇନ ମାଧ୍ୟମରେ ବନ୍ଧୁ, ପରିଜନମାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ ।

ଏହା ସହ ଫେସବୁକରେ ପ୍ରାୟ ୫୫ ମିଲିୟନ ଲାଇଭ୍ ବ୍ରଡକାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମହାମରି ସମୟରେ ଶିଳ୍ପ ସଂସ୍ଥାଗୁଡିକର ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଛି । ଅର୍ଥାତ୍ ଲକଡାଉନ ସମୟରେ ଟେକନୋଲୋଜି ସେକ୍ଟରମାନଙ୍କରେ ପ୍ରଚୁର ବ୍ୟବସାୟ ହୋଇଛି । ଭିଡିଓ କଲିଂ ଫିଚରର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି ।ଏହା ସହ ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସନ୍ଧ୍ୟାରେ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ରେ ଭିଡିଓ ଚାଟିଂ ରେକର୍ଡ ସୃଷ୍ଟି କରିଛି । ନୂଆବର୍ଷ ଏକ ଐତିହାସିକ ଦିନ ଥିଲା ବୋଲି ଏହା ସହ ଚଳିତ ବର୍ଷ ଏହା ସବୁ ରେକର୍ଡ ଭାଙ୍ଗିଥିଲା ବୋଲି ଫେସବୁକ କର୍ତ୍ତୁପକ୍ଷ କହିଛନ୍ତି ।

Show More
Back to top button