ବିଦେଶ

କରୋନା ଯୁଦ୍ଧକୁ କେମିତି ଜିତିଲା ଦକ୍ଷିଣ କୋରିଆ?

ନୂଆଦିଲ୍ଲୀ: ମହାମାରୀ କରୋନା ସହିତ ଏବେ ସାରା ବିଶ୍ୱ ଲଢ଼େଇ କରୁଛି। ଏହାରି ଭିତରେ ଚାଇନା ଏବଂ ଦକ୍ଷିଣ କୋରିଆ କରୋନା ସହିତଚ ଲଢ଼େଇ କରି ଏକ ପ୍ରକାର ବିଜୟୀ ହୋଇଛନ୍ତି। ହେଲେ କେମିତି? ଭାରତ, ଆମେରିକା, ବ୍ରିଟେନ ଆଦି ଦେଶ ଲକ୍‌ଡାଉନ୍ କରି କରୋନା ସଂକ୍ରମଣକୁ ଭାଙ୍ଗି ମୁକାବିଲା କରୁଛନ୍ତି। ତେବେ ଦକ୍ଷିଣ କୋରିଆ କୌଣସି ସହର କିମ୍ୱା ରାଜ୍ୟକୁ ଲକ୍‌ଡାଉନ୍ ନକରି ବିଜୟୀ ହୋଇଛି। ଏମିତିକି ଦେଶ ଭିତରେ ପ୍ରବେଶ ପାଇଁ ବିମାନ ସେବା ଏବେ ବି ଚଳାଚଳ ରହିଛି।

ଦକ୍ଷିଣ କୋରିଆରେ ମୋଟ୍ ୯,୩୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪,୫୨୮ ଜଣ। ଅର୍ଥାତ୍ ଦକ୍ଷିଣ କୋରିଆରେ ମୃତ୍ୟୁ ସଂଖ୍ୟା ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି।

ବୁଧବାର ୟୁଏନ ଅଫିସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ (ୟୁଏନଡିଆରଆର) ଦ୍ୱାରା ଭିଡିଓ କନଫରେନସିଂରେ ଆୟୋଜିତ ହୋଇଥିବା ବୈଠକକୁ ପ୍ରତିକ୍ରିୟା ଦେଇଛନ୍ତି ଦକ୍ଷିଣ କୋରିଆ ହସ୍ପିଟାଲ ସଂଘର ସଭାପତି ତଥା ମାୟୋଙ୍ଗଜି ହସ୍ପିଟାଲର ଡାକ୍ତର ଲି ଓ୍ୱାଙ୍ଗ-ଜୁନ। ଏହି ବୈଠକରେ ୧୦୫ଟି ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

ଦକ୍ଷିଣ କୋରିଆର ଏହି ଡାକ୍ତର କହିଛନ୍ତି, ପ୍ରଥମତଃ ଲୋକଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନର ସ୍ୱଚ୍ଛତା ରହିଥିଲା। କେହି ଏହାକୁ ଲୁଚାଇନଥିଲେ। ଜଣେ ଆକ୍ରାନ୍ତ କାହା କାହା ସହିତ ମିଶିଛନ୍ତି ସମୟ, ସ୍ଥାନ ସବୁ ଖୋଲିକରି କହିଥିଲେ।

ଦ୍ୱିତୀୟରେ ସମସ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଆଇସୋଲେସନ ବା ଏକାନ୍ତବାସରେ ରଖାଯାଉଥିଲା। ଡିସେମ୍ୱର ୩୦ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା।

ତୃତୀୟରେ ଏକାନ୍ତବାସ ତିଆରି ପାଇଁ ଦେଶରେ ଥିବା ସମସ୍ତ ଜିମ୍, ହସ୍ପିଟାଲ, ଘର ଆଦିକୁ ବ୍ୟବହାର କରାଯାଇଥିଲା। ୨୦୧୫ରେ ମଧ୍ୟ ଏମଇଆରଏସ ଭାଇରସ ବ୍ୟାପିବା ବେଳେ ଦକ୍ଷିଣ କୋରିଆ ଏହି ଭଳି ଭାବରେ ପଦକ୍ଷେପ ନେଇଥିଲା।

ଚତୁର୍ଥରେ ଦକ୍ଷିଣ କୋରିଆ ଏହି ଭାଇରସର ମୁକାବିଲା କରିବା ପାଇଁ ଆବଶ୍ୟକ ହେଉଥିବା ଉପକରଣକୁ ପର୍ଯ୍ୟାପ୍ତ ପରିମାଣରେ ବ୍ୟବହାର କରିଥିଲା। ପ୍ରତି ସପ୍ତାହରେ ୧୦୦ଟି ପରୀକ୍ଷାଗାରରେ ୪.୩ ଲକ୍ଷ ଲୋକଙ୍କର କରୋନା ଟେଷ୍ଟ ହେଉଥିଲା। ଯାହାକି ୨୪ ଘଣ୍ଟା ପାଇଁ ହେଉଥିଲା। ଯାହାକି ଦକ୍ଷିଣ କୋରିଆ ପାଇଁ ଅମୋଘ ଅସ୍ତ୍ର ସାଜିଥିଲା।

[ad_2]
Show More
Back to top button