ଦେଶ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚାଇନା ସହ ତିକ୍ତତା ଦିନକୁ ଦିନ ବଢ଼ୁଥିବାରୁ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି।

ବିଶେଷ କରି ଚାଇନାର ଲଢ଼ୁଆ ବିମାନ ଗୁଡ଼ିକକୁ ଉଚିତ ଜବାବ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ଅଧିକ ପରିମାଣର ଯୁଦ୍ଧ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ

ପ୍ରତିରକ୍ଷା ମନ୍ତ୍ରଣାଳୟ ୨୧ଟି ମିଗ୍‌-୨୯ ଓ ୧୨ଟି ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନ କିଣିବା ପ୍ରସ୍ତାବ ଉପରେ ମୋହର ମାରିଛି। ଏଥିସହ ବର୍ତ୍ତମାନ ବାୟୁସେନା ପାଖରେ ଥିବା ମିଗ୍‌-୨୯ ଯୁଦ୍ଧ ବିମାନକୁ ମଧ୍ୟ ଅପଗ୍ରେଡ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ରୁଷ ଠାରୁ ମିଗ୍‌ ୨୯ ବିମାନ କିଣା ଓ ଅପଗ୍ରେଡ ପାଇଁ ୭୪୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ହିନ୍ଦୁସ୍ତାନ ଅରୋନାଟିକ୍ସ ଲିଃ(ଏଚଏଏଲ) ୧୨ଟି ସୁଖୋଇ ୩୦ ଏମକେଆଇ ପାଇଁ ୧୦,୭୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୋଟ ଉପରେ ୩୮,୯୦୦ କୋଟି ଟଙ୍କା ଅସ୍ତ୍ରଶସ୍ତ୍ର କିଣିବାକୁ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଏହାବାଦ୍‌ ଏକାଧିକ ମିସାଇଲ, ସାପ୍ପିସ ବୋମା ଓ ବନ୍ଧୁକ ମଧ୍ୟ ଭାରତ ସରକାର କିଣିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button