ରାଜ୍ୟ

କୁଶପୁତ୍ତଳିକା ଦାହ କଲେ; ଶୁଭିଲା କେଦାର ମିଶ୍ର ମୁର୍ଦ୍ଦାବାଦ ନାରା

ଢେଙ୍କାନାଳ(ସତ୍ୟଶିଖା): ମହିମା ସନ୍ଥ ଭୀମଭୋଇଙ୍କ ଉପରେ ଇଂରାଜୀରେ ବିବାଦୀୟ ଲେଖା ଲେଖାଯାଇଥିବା ଅଭିଯୋଗ ଆସିଛି। ଏହି ଲେଖାକୁ ଯୋରନ୍ଦା ସ୍ଥିତ ମହିମା ସୁରକ୍ଷା ମଞ୍ଚ ଓ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଛନ୍ତି। କେଦାର ମିଶ୍ର ନାମକ ଜଣେ ଲେଖକ ଏପରି ଲେଖା ଲେଖିଛନ୍ତି ବୋଲି ଅଭିଯୋଗ ହୋଇଛି।  ଏପରିକି ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିରୋଧ ସମୟରେ `କେଦାର ମିଶ୍ର ମୁର୍ଦ୍ଦାବାଦ’ ନାରା ମଧ୍ୟ ଦିଆଯାଇଛି।

କେଦାର ମିଶ୍ରଙ୍କ ଦ୍ଵାରା ଲିଖିତ ପ୍ରବନ୍ଧ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ରେ ସନ୍ଥକବି ଭୀମ ଭୋଇଙ୍କର ଚରିତ୍ର ସଂହାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି, ଭୀମ ଭୋଇଙ୍କୁ ଲେଡି କିଲର ଭାବେ ବର୍ଣ୍ଣନା କରାଯାଇଛି। ତାଙ୍କର ଅନେକ ସ୍ତ୍ରୀ ଲୋକଙ୍କ ସହିତ ସମ୍ପର୍କ ଥିଲା ଓ ଅନେକ ସ୍ତ୍ରୀ ଲୋକଙ୍କୁ ମାରିଦେଇଥିବା କେଦାର ମିଶ୍ର ତାଙ୍କ ପ୍ରବନ୍ଧରେ ଲେଖିଛନ୍ତି। ଏହି ଲେଖାକୁ ବିରୋଧ କରାଯିବା ସହିତ ଶ୍ରୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ଯୋରନ୍ଦା ସ୍ଥିତ ମହିମା ସୁରକ୍ଷା ମଞ୍ଚ ଓ ସ୍ଥାନୀୟ ବାସିନ୍ଦା। ଏପରିକି ସମ୍ପୃକ୍ତ ପୁସ୍ତକକୁ ରଦ୍ଦ କରିବାକୁ ଦାବି କରାଯାଇଛି।

ଅଭିଯୋଗ ଆଣିଥିବା ବାବା ନିତ୍ୟାନନ୍ଦ ଦାସ କହିଛନ୍ତି, “ସୁବର୍ଣ୍ଣପୁର ଅଞ୍ଚଳର ଜଣେ ସାହିତ୍ୟିକ କେଦାର ମିଶ୍ର ଇଂରାଜୀ ଭାଷାରେ ସନ୍ଥ ଭୀମ ଭୋଇଙ୍କ ଉପରେ ବିବାଦୀୟ ଲେଖା ଲେଖିଛନ୍ତି। ତାଙ୍କ ଚରିତ୍ର ସଂହାର କରିଛନ୍ତି। କେବଳ ଚରିତ୍ର ସଂହାର କରିନାହାନ୍ତି, ଭୀମ ଭୋଇଙ୍କୁ ଲେଡି କିଲର ଭାବେ ବର୍ଣ୍ଣନା କରିଛନ୍ତି। ଏହାଛଡ଼ା ଅନେକ ସ୍ତ୍ରୀ ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ଓ ଅନେକ ସ୍ତ୍ରୀ ଲୋକଙ୍କୁ ମାରିଦେଇଥିବା ଉକ୍ତ ପୁସ୍ତକରେ ଲେଖାଯାଇଛି। ଏହାକୁ ଆମେ ବିରୋଧ କରୁଛୁ। ଆଇନଗତ ବ୍ୟବସ୍ଥା ଅନୁସାରେ ସେହି ଲେଖାକୁ ରଦ୍ଦ କରିବା ସହିତ ଦଣ୍ଡବିଧାନ କରିବାକୁ ଦାବି କରିଛୁ।”

ଆହୁରି ପଢ଼ନ୍ତୁ

କେଦାର ମିଶ୍ରଙ୍କ ବିରୋଧରେ ତାତିଲା ମହିମା ସୁରକ୍ଷା ମଞ୍ଚ

ଲେଖକ କେଦାର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି ଯୋରନ୍ଦା ସ୍ଥିତ ମହିମା ସୁରକ୍ଷା ମଞ୍ଚ ଓ ସ୍ଥାନୀୟ ବାସିନ୍ଦା। କେଦାର ମିଶ୍ରଙ୍କ ଦ୍ଵାରା ଲିଖିତ ପ୍ରବନ୍ଧ ‘Ascetic, Layman or Rebellious Guru: Bhima Bhoi and his female conshorts’ ରେ ମହିମା ଧର୍ମର ମୁଖ୍ୟ ସନ୍ଥକବି ଭୀମ ଭୋଇଙ୍କର ଚରିତ୍ରକୁ ଆକ୍ଷେପ କରାଯାଇଥିବା ଅଭିଯୋଗ କରିବା ସହିତ କେଦାର ମିଶ୍ରଙ୍କର ଗିରଫ ଦାବୀ କରିଛି ମହିମା ସୁରକ୍ଷା ମଞ୍ଚ। #Odisha #Mahima #KedarMishra #BhimBhoi #Dhenkanal

satyasikha यांनी वर पोस्ट केले शुक्रवार, २२ मे, २०२०



[ad_2]

Show More
Back to top button