ଦେଶ

ଚାଇନାକୁ ଭାରତର ହଂ କଂ ବାଣ, ଦେଲା ଏମିତି ବୟାନ

ନୂଆଦିଲ୍ଲୀ: ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିବା ଭାରତ ସରକାର ଏବେ ହଂକଂ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ପ୍ରଥମଥର ପାଇଁ ଭାରତ ସରକାର ହଂକଂରେ ଚାଇନା ଚଳାଇଥିବା ଦମନଲୀଳା ଉପରେ ପ୍ରତିକ୍ରିୟା ରଖିଛନ୍ତି। ହଂକଂରେ ସି ଜିନପିଙ୍ଗ ସରକାର ଏକଚାଟିଆ ଅଧିକାର ଜାହିର କରି ନୂଆ ସୁରକ୍ଷା ଆଇନ ଆଣିଛନ୍ତି। ଏହା ଉପରେ ବ୍ରିଟେନ, ଫ୍ରାନ୍ସ ଓ ଆମେରିକା ପ୍ରତିକ୍ରିୟା ଦେଇଥିଲେ ହେଁ ଭାରତ ଚୁପ ରହିଥିଲା।

କିନ୍ତୁ ଏବେ ଭାରତ ସରକାର ନୀରବତା ଭାଙ୍ଗିଛନ୍ତି। ଚାଇନାକୁ ହଂକଂ ପ୍ରସଙ୍ଗରେ କୂଟନୀତିକ ସ୍ତରରେ ଘେରିବା ପାଇଁ ଭାରତ ସରକାର ବଡ଼ ବୟାନ ଦେଇଛନ୍ତି। ଜେନେଭାରେ ଥିବା ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଭାରତୀୟ ରାଷ୍ଟ୍ରଦୂତ ରାଜୀବ ଚନ୍ଦ୍ର କହିଛନ୍ତି, “ହଂକଂର ସ୍ପେଶାଲ ଆଡମିନଷ୍ଟ୍ରେଟିଭ ରିଜନରେ ଅନେକ ଭାରତୀୟ ରହୁଛନ୍ତି। ଏଠାରେ ଲାଗୁ ହୋଇଥିବା ନୂଆ ଆଇନ ଯୋଗୁ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଛୁ।

ଆହୁରି ପଢ଼ନ୍ତୁ

ଭାରତ ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଅନେକ ଦେଶ ହଂକଂରେ ଚାଲିଥିବା ଆନ୍ଦୋଳନ ଓ ସ୍ଥିତି ଉପରେ ଦେଇଥିବା ବୟାନକୁ ଆମେ ଶୁଣିଛୁ। ଆମର ଆଶା ସମସ୍ତ ପକ୍ଷ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟ କରିବେ। ସମସ୍ତଙ୍କ କଥାକୁ ଗୁରୁତ୍ୱ ଦେଇ ଶାନ୍ତି ଫେରିବା ଦିଗରେ ପଦକ୍ଷେପ ନେବେ।”

ଆହୁରି ପଢ଼ନ୍ତୁ



[ad_2]

Show More
Back to top button