

ସତ୍ୟଶିଖା ( ଖଇରା ) ୨୬/୧୧/୨୦୨୦ : ବାଲେଶ୍ୱର ଜିଲ୍ଲା, ଖଇରା ବ୍ଲକ, ସାରଡାଙ୍ଗ ଗ୍ରାମପଂଚାୟତ ର କାର୍ଯ୍ୟରତ ସରପଞ୍ଚ ହରିହର କୁଣ୍ଡୁ, ପି -ମହେନ୍ଦ୍ର କୁଣ୍ଡୁ ଙ୍କର ତା – ୨୫.୧୧.୨୦୨୦ ରିଖ ସକାଳ ୫ .୪୫ ମିନିଟ ସମୟ ରେ ହୃଦଘାତ ରେ ଦେହାନ୍ତ ହୋଇଥିବା ଯୋଗୁଁ ଆଜି ତା -୨୬/୧୧/୨୦୨୦ ରିଖ ଦିବା ୧୦ ଘଟିକା ସମୟରେ ସାରଡାଙ୍ଗ ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶୋକସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ପୂର୍ବତନ ସରପଞ୍ଚ ମଦନମୋହନ ସାହୁ, ହର ମୋହନ ବେହେରା,ସାମ୍ବାଦିକ ଛାୟା କାନ୍ତ ମହାନ୍ତି, ବୁଲୁ ଲେଙ୍କା, ବାବୁଲି ପଣ୍ଡା, ସମାଜସେବୀ ନାରାୟଣ ପଣ୍ଡା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କୁଶାସନ କର, ସମିତି ସଭ୍ୟ ଦିଲୀପ କୁମାର ବେହେରା, ପି. ଇ .ଓ. ଦେବେନ୍ଦ୍ର ଦାସ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଗୋପୀନାଥ ନୋଡାଲ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ , ଅଙ୍ଗନବାଡି କର୍ମୀ, ଏସ .ଏଚ. ଜି. ସଭ୍ୟା, ଏମ.ବି.କେ. ଶ୍ରଦ୍ଧାଞ୍ଜଳି ପତ୍ରୀ, ଶୁଭ୍ରକାନ୍ତ ଉପାଧ୍ୟାୟ, ଜ୍ୟୋତି କର, ରଞ୍ଜନ ନାୟକ, ସତ୍ୟାନନ୍ଦ ପାତ୍ର ଏବଂ ଅନ୍ୟ ସମସ୍ତ ଗ୍ରାମବାସୀ ଓ ଦୋକାନୀମାନେ ଉପସ୍ଥିତ ରହି ଶ୍ରୀ କୁଣ୍ଡୁ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଅଶ୍ରୁଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l