ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଏଥର ବି କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା ଅଧିବେଶନ

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧:  କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଏଥର ବି କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା ଅଧିବେଶନ । ଏନେଇ ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ସବୁ ବିଧାୟକ ଓ ବିଧାୟିକାଙ୍କର କୋଭିଡ ଟେଷ୍ଟ ହେବ । କର୍ମଚାରୀ, ପିଏସଓ, ଡ୍ରାଇଭରଙ୍କ ନମୁନା ପରୀକ୍ଷା ହେବ । ୨୮, ୨୯ ଓ ୩୦ ତାରିଖରେ କୋଭିଡ ଟେଷ୍ଟ ହେବ । ଉଭୟ ଆଣ୍ଟିବଡ଼ି ଓ କୋଭିଡ ଟେଷ୍ଟ କରାଯିବ । ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସହ ଏନେଇ ଆଲୋଚନା ହୋଇଛି । ବିଏମସି ପକ୍ଷରୁ ସବୁ ଦିନ ବିଶୋଧନ କରାଯିବ । ବିଧାନସଭା କେତେ ସମୟ ଚାଲିବ, ତାହା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।’

Show More
Back to top button