ଦେଶ

ଅଭିନେତା ଇରଫାନ ଖାନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଡଉ ଓ ହଲିଉଡରେ ନିଜ ଅଭିନୟର ଚମକ ଦେଖାଇଥିବା ବର୍ଷୀୟାନ ଅଭିନେତା ଇରଫାନ ଖାନ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ତାଙ୍କୁ ମୁମ୍ବାଇର କୋକିଳବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ନିକଟରେ ଇରଫାନ ତାଙ୍କ ମା’ ସାଈଦ ବେଗମଙ୍କୁ ହରାଇଥିଲେ। ତେବେ ଦେଶବ୍ୟାପି ଲକଡାଉନ ଯୋଗୁ ସେ ମୁମ୍ବାଇରୁ ଜୟପୁର ଯାଇ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ପାରି ନଥିଲେ। ପ୍ରଥମେ ଇରଫାନ ବିଦେଶରେ ଥିବା କୁହାଯାଉଥିଲା। ଏ ସମ୍ପର୍କରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ସେ ମୁମ୍ବାଇରେ ହିଁ ରହିଥିଲେ ବୋଲି ଏବେ ଖବର ସାମ୍ନାକୁ ଆସିଛି।

ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡିଓ କଲ ଜରିଆରେ ଜୟପୁରରେ ଥିବା ପରିବାର ଲୋକଙ୍କ ସହ କଥା ହୋଇଥିଲେ। ୫୪ ବର୍ଷୀୟ ଇରଫାନ ୨୦୧୭ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରର ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ।

ଆହୁରି ପଢ଼ନ୍ତୁ

ଏଥିପାଇଁ ସେ ପ୍ରାୟ ଦୁଇ ବର୍ଷ ଧରି ବଲିଉଡରୁ ଦୂରେଇ ରହିଥିଲେ। ସେଠାରୁ ଫେରିବା ପରେ ସେ ‘ଅଗ୍ରେଜୀ ମିଡିୟମ’ର ଶୁଟିଂ କରିଥିଲେ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ସେ ପୁଣିଥରେ ଚିକିତ୍ସା ପାଇଁ ବିଦେଶ ଚାଲି ଯାଇଥିଲେ।

ଅସୁସ୍ଥତା କାରଣରୁ ସେ ‘ଅଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ଯାଇପାରି ନଥିଲେ। ଇର୍‌ଫାନ୍‌ ତାଙ୍କ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅ ବାବିଲ୍ ଓ ଅୟାନ୍‌ଙ୍କ ସହ ମୁମ୍ବାଇରେ ରୁହନ୍ତି।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅପ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ଏହାପରେ ୮୦ ଦଶକରେ ସେ ମୁମ୍ବାଇ ଆସି ଚାଣକ୍ୟ, ବନେଗୀ ଅପ୍ନୀବାତ, ଭାରତ ଏକ ଖୋଜ୍‌, ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ୧୯୮୮ରେ ମୀରା ନାୟରଙ୍କ ଫିଲ୍ମ ସଲାମ ବମ୍ବେରେ ଅଭିନୟ କରିବା ସୁଯୋଗ ପାଇଥିଲେ।

[ad_2]
Show More
Back to top button