ନ୍ୟୁଜ୍ରାଜ୍ୟ

ରାଜଧାନୀରେ ବଢୁଛି ସଂକ୍ରମଣ, ପୁଣି ୫ଟି ସ୍ଥାନ ହେଲା କଣ୍ଟେନମେଣ୍ଟ ଜୋନ୍

ସତ୍ୟଶିଖା (ଭୁବନେଶ୍ୱର)୦୬.୦୧.୨୦୨୨: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଫଳରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢିବାରେ ଲାଗିଛି । ପୁଣି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ବିଏମସି ଘୋଷଣା କରିସାରିଲାଣି ।

ଉକ୍ତ ସ୍ଥାନରୁ ଏକାଧିକ ପଜିଟିଭ୍ ବାହରିବା ପରେ ବିଏମସି ଏଭଳି ପଦକ୍ଷେପ ନେଇଛି । ସେହିପରି ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ ସଂକ୍ରମଣକୁ ନେଇ ଚିନ୍ତା ବଢିବାରେ ଲାଗିଛି । ୟୁନିଟ-୯ କ୍ୱାର୍ଟର, ଆରଏଫ-୨୦, ୟୁନିଟ ୩ ପ୍ଲଟ୍ ନଂ-୭, ଗୌତମନଗର ପ୍ଲଟ ନଂ-ଏ/୯୪, ଟଙ୍କପାଣି ରୋଡ୍ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟପ୍ଲଟ୍ ନଂ-୨୦୯ ଏବଂ ଟଙ୍କପାଣି ରୋଡ୍ ଆପୋଲୋ ଫାର୍ମାସି ନିକଟ ପ୍ଲଟ ନଂ-୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ସେହିପରି ଗୁରୁବାର ସକାଳେ ବିଏମସି ଅଧିନରେ ଥିବା ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଆଉ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।

Show More
Back to top button