ଟି-୨୦ ମ୍ୟାଚ୍ : ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା,ଧରା ପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସତ୍ୟଶିଖା (କଟକ) ୧୧.୦୬.୨୦୨୨: ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ମ୍ୟାଚ୍ କୁ ସୁଚାରୁରୂପେ ଶେଷ କରିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି।

ଷ୍ଟାଡିୟମରେ ପାଣି ବୋତଲ ସାଙ୍ଗକୁ ବାହାରୁ ଖାଇବା ମଧ୍ୟ ନ ଅଣିବାକୁ କଟକ ଡିସିପି ପିନାକ ମିଶ୍ର ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି। ମ୍ୟାଚ୍ ସମୟରେ ପ୍ରାୟ ୬୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ ବୋଲି ଡିସିପି ସୂଚନା କହିଛନ୍ତି। ସେହିପରି ଷ୍ଟାଡିୟମକୁ ମ୍ୟାଚ୍ ବସ୍କ,ଲାଇଟର, ହେଲମେଟ୍, ବ୍ୟାଗ୍ ମାଧ୍ୟ ଷ୍ଟାଡିୟମକୁ ଅନୁମତି ମିଳିବ ନାହିଁ । ଏହା ସହିତ ଖୁଚୁରା ପଇସା ନଆଣିଲେ ଭଲ ବୋଲି ଡିସିପି କହିଛନ୍ତି। ସେହିପରି ଟିକେଟ୍ ରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖାଯାଇଛି, ତେଣୁ ମାସ୍କ ପିନ୍ଧି ଆସିବାକୁ ଅନୁରୋଧ କରିଛନ୍ତି ଡିସିପି ।

ଆସନ୍ତାକାଲି ମ୍ୟାଚ୍ ହେବା ପୁର୍ବରୁ ଆଜି ୧୧ଟାରେ ଅଭ୍ୟାସ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଆସି ବାରବାଟୀରେ ପହଞ୍ଚିଛନ୍ତି। ଦୁଇଟି ବସ୍ ରେ କଡ଼ା ସୁରକ୍ଷା ଭିତରେ ଖେଳାଳିମାନେ ଆସି ଷ୍ଟାଡିୟମରେ ପହଞ୍ଚିଛନ୍ତି। ସେହିପରି ଅପରାହ୍ନ ୫ଟାରେ ଭାରତୀୟ ଖେଳାଳି ଅଭ୍ୟାସ ପାଇଁ ଆସିବେ।

Exit mobile version