
ସତ୍ୟଶିଖା (କଟକ) ୩୦/୧୨/୨୦୨୦ : ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ପନିର । ଅପମିଶ୍ରତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଏହି ପନିର ଜବତ କରାଯାଇଛି । ଏହି ସିନ୍ଥେଟିକ୍ ପନିର କୋଲକତାରୁ ଆସିଥିବା ନେଇ ସୂଚନା ମିଳିଛି ।୧ କ୍ବିଣ୍ଟାଲରୁ ଅଧିକ ଅପମିଶ୍ରିତ ସିନ୍ଥେଟିକ୍ ପନିର ଜବତ କରାଯାଇଛି । ଏହି ଅପମିଶ୍ରିତ ପନିର ଜବତ ହେବା ପରେ ସିଏମସି ଦ୍ବାରା ମାନ ଯାଞ୍ଚ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ । କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ ।
କେତେ ଦିନ ହେବ ଏଭଳି ପନିରରୁ ବଜାରରେ ଛଡାଯାଇଥିଦଲା ତାର ଖୋଳତାଡ କରୁଛି ପୋଲିସ । ତେବେ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଭେଜାଲ ପନିର ଖାଇବା ସ୍ଵାସ୍ଥପକ୍ଷେ କ୍ଷତିକାରକ । ତେଣୁ ଶୀଘ୍ର ଏହାର ଯାଞ୍ଚ କରାଯାଇ ବଜାରରେ ଥିବା ସମସ୍ତ ପନିରକୁ ଜବତ କରିବାକୁ ସାଧାରଣରେ ଦାବି ହେଉଛି ।