ମିଠା ଚପ୍

ସତ୍ୟଶିଖା ( ଭୁବନେଶ୍ୱର ) ୦୬ /୦୯ /୨୦୨୧:

    ଆବଶ୍ୟକ ସାମଗ୍ରୀ-ମଇଦା, ସୁଜି, ଛେନା, ଚିନି, କ୍ଷୀର, ପାଣି, ଗୁଜୁରାତି, କାଜୁ, ପିସ୍ତା ବାଦାମ, ମିଲ୍ମମେଡ, ତେଲ, ତେଜପତ୍ର ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମଇଦା,ସୁଜି ଓ ଛେନାକୁ  ଏକାଠି ମିଶାଇ ଭଲଭାବେ ଚକଟିବେ । ତାପରେ ଏହାକୁ ହାତରେ ଗୋଲ ଗୋଲ କରିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ, ଗୋଲ  ଗୋଲ କରି ରଖିଥିବା ଚପକୁ ପକାଇ ଫ୍ରାଏ କରିବେ । ଉଭୟ ପାଖ ଭଲଭାବେ ଫ୍ରାଏ ହେବା ପରେ , ଏକ ପ୍ଲେଟକୁ କାଢିବେ । କିନ୍ତୁ ମନେ ରଖିବେ, ଏହାକୁ ମଧ୍ୟମ ଆଂଚରେ ଫ୍ରାଏ କରିବେ । ତାପରେ  ପୁଣି ଗ୍ୟାସରେ ଆଉ ଏକ କଡେଇ ବସେଇ ସେଥିରେ, ଅଳ୍ପ ପାଣି ଓ କ୍ଷୀର ଢାଳି ଫୁଟାଇବେ । ଏହା ଫୁଟିବା ପରେ, ସେଥିରେ ଚିନି, ମିଲ୍କମେଡ ପକାଇ ଏହା ବହଳିଆ ହେବା ଯାଏଁ ଫୁଟାଇବେ ।  ଏହି ମିଶ୍ରଣ ବହଳିଆ ହୋଇ ଆସିଲେ, ସେଥିରେ ଗୁଜୁରାତି ପାଉଡର, ତେଜପତ୍ର, କଟା, କାଜୁ, କଟା ପିସ୍ତାବାଦାମ ପକାଇ ଗୋଳାଇବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ଚପ୍ ପକାଇ, ଗ୍ୟାସ୍ ବନ୍ଦ କରିବେ । କିଛି ସମୟ ପରେ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ମିଠା ଚପ୍  । ଏବେ ଏହାର ମଜା ନେଇ ପାରିବେ ।

Exit mobile version