ରାଜ୍ୟ

ସ୍ୱର୍ଗଦ୍ୱାର ଶବଦାହ ଉପରେ ଲାଗିଲା କଟକଣା

ପୁରୀ : ରାଜ୍ୟରେ କରୋନା ବଢୁଥିବାରୁ ସବୁଆଡେ କଟକଣା। ସେହିକ୍ରମରେ ପୁରୀ ସ୍ୱର୍ଗଦ୍ୱାର ଶବଦାହ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ଆସିବାକୁ ବାରଣ କରାଯାଇଛି। କିନ୍ତୁ ବାହାର ଜିଲ୍ଲା ଓ ରାଜ୍ୟରୁ ପୁରୀ ଜିଲ୍ଲା ବ୍ୟକ୍ତିଙ୍କର ଶବଦାହ ପାଇଁ ସ୍ୱର୍ଗଦ୍ୱାରକୁ ଆସିଲେ କରୋନା ନେଗେଟିଭ୍ ସାର୍ଟିଫିକେଟ ଆବଶ୍ୟକ ପଡିବ ବୋଲି କୁହାଯାଇଛି। ପୂର୍ବରୁ ଅର୍ଥାତ କୋଭିଡ ପ୍ରଥମ ଲହର ସମୟରେ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା। ପୁରୀରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଆଶଙ୍କା ରହୁଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Show More
Back to top button