ନ୍ୟୁଜ୍
ଧରାପଡିଯିବା ଭୟରେ ୮୨ଟି କୋକେନ୍ କ୍ୟାପସୁଲ ଗିଳିଦେଲେ


ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୨.୨୦୨୨ : ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା। ନିକଟରେ ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀ ବିମାନବନ୍ଦରରେ। ସୁରକ୍ଷାକର୍ମୀଙ୍କ ହାତର ଧରା ପଡିଯିବା ଭୟରେ ୮୨ଟି କୋକେନ୍ କ୍ୟାପସୁଲ ଗିଳି ଦେଲେ ମହିଳା। ଗିନିର ଜଣେ ମହିଳା ନାଗରିକଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି।
ଅସ୍ତ୍ରୋପଚାର କରିବା ପରେ ତାଙ୍କ ପେଟ ଭିତରୁ ପୁଳା ପୁଳା କୋକେନ କ୍ୟାପସୁଲ ଜବତ କରିଛି ପୁଲିସ। ଏହାପରେ ପୁଲିସ ତଦନ୍ତ କରୁଛି। ବର୍ତ୍ତମାନ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।