ସତ୍ୟଶିକ୍ଷା ୨୬.୦୯.୨୦୨୦ : ବର୍ଷ ବର୍ଷ ଦାବି ଓ ଦୀର୍ଘଦିନର ବ୍ୟବଧାନ ପରେ ସ୍ୱାଭିମାନ ଅଂଚଳର ଲୋକେ ପାଇବେ ଉତ୍ତମ ସ୍ୱାସ୍ଥ୍ୟ ସେବା । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ଡାକ୍ତରଙ୍କୁ ନୂଆ କରି ନିଯୁକ୍ତ କରାଯାଇଛି । ଯାହାଫଳରେ ଏହି ଅଂଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ଏହି ଡାକ୍ତରମାନେ ପ୍ରତି ସପ୍ତାହରେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡାଆମ୍ବ ହସ୍ପିଟାଲରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବେ । ସେପଟେ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ଟ୍ୱିଟ୍ କରି ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୁଧୁରିବ ସ୍ୱାଭିମାନ ଅଂଚଳର ସ୍ୱାସ୍ଥ୍ୟ ସେବା l
