ସୁଜି ଲଡୁ

ସତ୍ୟଶିଖା ( ଭୁବନେଶ୍ୱର ) ୦୮ /୦୯ /୨୦୨୧:

ଆବଶ୍ୟକ ସାମଗ୍ରୀ- ଅଟା,ସୁଜି, ଚିନି, ଦେଶି ଘିଅ, କାଜୁ, ଗୁଜୁରାତି ଗୁଣ୍ଡ, ପିସ୍ତାବାଦାମ, ଗୋଲମରିଚ ପାଉଡର ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗ୍ୟାସରେ ପ୍ୟାନ ବସେଇ କମ୍ ଆଂଚରେ ବସାଇବେ । ଏହାପରେ ସେଥିରେ ଅଟା ପକାଇ ଭାଜିବେ । ଅଟା ଗୋଲ୍ଡେନ କଲର ହେବାପରେ, ସେଥିରେ ଦେଶି ଘିଅ ପକାଇ, ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ସୁଜି ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ ବନ୍ଦ କରି ସେଥିରେ ଛୋଟ ଛୋଟ କଟା ହୋଇଥିବା କାଜୁ, ପିସ୍ତାବାଦାମ, ଗୁଜୁରାତି ଗୁଣ୍ଡ, ଚିନି,ଗୋଲମରିଚ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଏହାକୁ ହାଲକା ଥଣ୍ଡା ହେବାକୁ ଛାଡିବେ । ହାଲକା ଥଣ୍ଡା ହେବା ପରେ, ହାତ ପାପୁଲିରେ ଅଳ୍ପ ଘିଅ ଲଗାଇ, ଏହି ମିଶ୍ରଣକୁ ଅଳ୍ପ ଅଳ୍ପ ନେଇ, ଗୋଲ ଗୋଲ ଲଡୁ ପ୍ରସ୍ତୁତ କରିବେ । ପ୍ରସ୍ତୁତ ହୋଇଗଲା ସୁଜି ଲଡୁ । ଏବେ ଏହାର ମଜା ନେଇ ପାରିବେ ।

Exit mobile version