ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସତ୍ୟଶିଖା(ବଲାଙ୍ଗିର )୦୭.୧୦ .୨୦୨୧:  ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଛି।  ଲେଡିଜ ହଷ୍ଟେଲ ଝରକାରେ ଝୁଲୁଥିବା ଅବସ୍ଥାରେ ସମ୍ପୃକ୍ତା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପରିବାରବର୍ଗ କିମ୍ବା ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି। ମୃତା ଛାତ୍ରୀଜଣଙ୍କ ଘର ବଲାଙ୍ଗିର ତାଲପାଲିପଡାରେ ହୋଇଥିବା ବେଳେ ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ତୃତୀୟ ବର୍ଷ ଛାତ୍ରୀ ଥିଲେ।

ଗତକାଲି ରାତିରେ ମେଡିକାଲ କଲେଜର ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀଜଣକ ଝୁଲି ପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ପରିବାର ଲୋକେ ପହଚିଂବା ପରେ ତାଙ୍କୁ  ଓହ୍ଲାଯାଇଥିଲା। ପୋଲିସ ଉପସ୍ଥିତିରେ  ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର  ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ଉପୁଜିଛି।  ପରିବାର ଲୋକେ କିମ୍ୱା କଲେଜ କର୍ତ୍ତୃପକ୍ଷ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ କେହି ମୁହଁ ଖୋଲୁନାହାନ୍ତି । ମୃତଦେହ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Exit mobile version