ନୀଳଗିରିରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ

ସତ୍ୟଶିଖା( ଭୁନୀଳଗିରି )୧୮.୦୭ . ୨୦୨୨: ବାଲେଶ୍ଵର ଜିଲ୍ଲା ନୀଳଗିରି ନରଣପୁର ଅଞ୍ଚଳରେ ଏକ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ। ଗତକାଲି ରାତିରେ ଦନ୍ତାଟି ଉପଦ୍ରବ କରୁଥିବା ବେଳେ ସକାଳେ ବରାଗଡ଼ିଆ ଗ୍ରାମରେ ହାତୀଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଆକ୍ରମଣ କରି ମାରିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନୀଳଗିରି ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Exit mobile version