ଦୁର୍ଘଟଣା

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ .

ସତ୍ୟଶିଖା (ଭୁବନେଶ୍ୱର ) ୨୧.୧୦.୨୦୨୩ : ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇ ଥିବା ଜଣାପଡିଛି , ସଇଁନ୍ତଲା ଥାନା ଡୁଙ୍ଗୁରିପାଲି ପଂଚାୟତ ଠେଲକୋପଡା ଗାଁର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ଘଟଣା ସ୍ଥଳରେ ସଇଁନ୍ତଳା ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତ ଠେଲକୋପଡା ଗାଁରେ । ମୃତ ମହିଳା ଜଣଙ୍କ ହେଲେ ମାମି କଲତା। ମାମିଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ମାମିଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ମାମିଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ସଇଁତଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାମିଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ମାମିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମାମି 10 ବର୍ଷ ହେବ ବାହା ହୋଇ ଥିବା ବେଳେ ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ରହିଛି l କିଛି ବର୍ଷ ତଳେ ପରିବାର ମଧ୍ୟ ରେ ଝଗଡା ହେବାରୁ ମାମି ବିଷ ମଧ୍ୟ ପିଇ ଦେଇ ଥିବା ଜଣାପଡିଛି l ଯାହାକୁ ନେଉ ମାମି ଙ୍କ ବାପା ଘରେ ଲୋକେ ସନ୍ଦେହ କରି ତାଙ୍କ ଝିଅ କୁ ମାରି ଦେଇ ଥିବା ଅଭିଯୋଗ ଆଣିଛନ୍ତି l ଘଟଣା ସମ୍ପର୍କ ରେ ପୋଲିସ ତଦନ୍ତ ଜାରି ରଖିଛି l

 

Show More
Back to top button