ସତ୍ୟଶିଖା (ଭୋପାଲ) ୩୦/୦୯/୨୦୨୦ : ମଧ୍ୟ ପ୍ରଦେଶରେ ସ୍ପେଶାଲ ଡିଜି ପଦବୀରୁ ହଟାଇ ଦିଆଯାଇଥିବା ପୁରୁଷୋତ୍ତମ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି । ଏହା କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି । ସେ ଏହି ମାମଲାକୁ ପୁରୁଷ ପ୍ରତାଡନା ମାମଲା କହିଛନ୍ତି । ପୁରୁଷୋତ୍ତମ ଶର୍ମା ଗୃହ ବିଭାଗକୁ ପଥିରେଥିବା ନିଜ ଜବାବରେ କହିଛନ୍ତି ଯେ ଏହା ପୁରୁଷ ପ୍ରତାଡନା ମାମଲା । ଏହି ମାମଲା ଘରୋଇ ହିଂସାର ନୁହେଁ କି ମହିଳା ପ୍ରତାଡନାର ନୁହେଁ । ସେ କହିଛନ୍ତି ଭିଡିଓ ସମ୍ପୂର୍ଣ ଯୋଜନାବଦ୍ଧ । ସେ ମାରପିଟ୍ କରିନଥିଲେ ବରଂ ଠେଲାପେଲା କରିଥିଲେ । ସେ ବହୁ ବର୍ଷ ହେଲା ନିଜ ପତ୍ନୀର ପ୍ରତାଡନା ସହ୍ୟ କରିଆସୁଛନ୍ତି ଏବଂ ପରିବାରକୁ ବଞ୍ଚାଇବା ପାଇଁ ସେ ଏତେ ବର୍ଷ ହେଲା କୌଣସି ପଦକ୍ଷେପ ନେଇନଥିଲେ ବୋଲି କହିଛନ୍ତି । ନିଜ ପକ୍ଷ ରଖି ଜବାବରେ ସେ କହିଛନ୍ତି ଲୋକ ଅଭିଯୋଜନା ପଦବୀରୁ ହଟାଇବା ନିଷ୍ପତ୍ତିକୁ ସେ ସ୍ୱୀକାର କରିଥିଲେ କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ନିଲମ୍ବନକୁ ନେଇ ସେ ଦୁଃଖିତ ଏବଂ ଏଥିପାଇଁ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ।
ସରକାରଙ୍କ ବିରୋଧରେ ହାଇକୋର୍ଟ ଯିବେ ନିଲମ୍ବିତ ପୂର୍ବତନ ଡିଜି ପୁରୁଷୋତ୍ତମ ଶର୍ମା l
