ଅପରାଧନ୍ୟୁଜ୍ରାଜ୍ୟ

ଲୁଟ୍ ପାଇଁ ହତ୍ୟା ସନ୍ଦେହ: ଅବସରପ୍ରାପ୍ତ ଅଧ୍ୟାପକ ମୃତ, ପତ୍ନୀ ଗୁରୁତର

ସତ୍ୟଶିଖା( ବାଲେଶ୍ୱର )୦୨.୦୪.୨୦୨୨ : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟସ୍ଥ ଏକ ବିଲ ମଧ୍ୟରୁ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଅଧ୍ୟାପଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାରଣାସ୍ତ୍ର ଦାଗ ରହିଥିବା ଦେଖିବାକୁ ମିଳିଛି । ସେହିପରି ତାଙ୍କ ପତ୍ନୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ବାଲିଖଣ୍ଡ ବଜାର ସ୍ଥିତ ତାଙ୍କ ଘରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଲୁଟ୍ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Show More
Back to top button