ସତ୍ୟଶିଖା (ମୁମ୍ବାଇ) ୧୩/୧୦/୨୦୨୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତତନ୍ତ ଭିତରେ ବିହାର ମୁଜାଫରପୁର କୋର୍ଟ ବଲିଉଡର ୭ଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । କରଣ ଜୋହର ଓ ଏକତା କପୁରଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ନାଁ ଏଥିରେ ସାମିଲ ଅଛି । ସୁଶାନ୍ତ ସିଂହ ମୃତ୍ୟୁ ପରେ ଓକିଲ ସୁଧୀର ଓଝା ଜୁନ୍ ୧୭ରେ କୋର୍ଟରେ ପରିବାରବାଦ ମାମଲା ଦାୟର କରିଥିଲେ । ଯେଉଁଥିରେ ସୁଶାନ୍ତ ମତ୍ୟୁ ମାମଲାରେ ଏମାନଙ୍କୁ ଦାୟୀ କରାଯାଇ ଥିଲା । କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭଂସାଲି, ସାଜିଦ ନଦିୟାଓ୍ବାଲା, ଏକତା କପୁର, ଭୂଷଣ କୁମାର ଓ ଦିନେଶ ବିଜାନ ଏଥିରେ ସାମିଲ ଅଛି ।
ସୁଶାନ୍ତ ସିଂହ ମାମଲା
