ନ୍ୟୁଜ୍

ସୁର ରାଉତରାୟ , ସମ୍ପୂର୍ଣ୍ଣ ମିସମ୍ୟାନେଜମେଣ୍ଟ …

ସତ୍ୟଶିଖା ୦୮.୦୮.୨୦୨୦ : ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଅନଲକ ସହ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ମସଜିଦ କୋଭିଡ କଟକଣା ମଧ୍ୟରେ ଖୋଲୁଛି । ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଂଗ୍ରେସ ବିଦାୟକ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଃଖର ବିଷୟ ! ସାରା ଭାରତବର୍ଷରେ ମନ୍ଦିର, ମସଜିଦ ଖୋଲା ହେଲାଣି ହେଲେ ଓଡିଶାର କୌଣସି ମନ୍ଦିର ଖୋଲା ହୋଇନାହିଁ । ମୁଁ ଅନଲାଇନ ଦର୍ଶନକୁ ବିରୋଧ କରୁଛି । ରଥଯାତ୍ରା ଲାଗି ପୁରୀ ଜିଲ୍ଲାବାସୀ ଅନେକ ପରିଶ୍ରମ କରିଛନ୍ତି, ସେମାନେ ପ୍ରଥମେ ଦର୍ଶନ କରନ୍ତୁ । ପ୍ରଥମେ ସେମାନେ ମାସେ ଯାଆନ୍ତୁ ଓ ଦର୍ଶନ କରନ୍ତୁ । ତା ପରେ ସାଧାରଣ ଲୋକେ ଯାଆନ୍ତୁ । ମନ୍ଦିର ଯିବା ପାଇଁ ଅନୁମତି ଦିଆଯାଉ । ମନ୍ଦିର ଖୋଲିବାକୁ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ।

ସେହିପରି କୋଭିଡ ପରିଚାଳନା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଓ ଖୋର୍ଦ୍ଧା ପରିସ୍ଥିତି ଲାଗି ଓଡିଶା ସରକାର ଦାୟୀ । ଟେଷ୍ଟ କରନ୍ତୁ, ରୋଗୀଙ୍କୁ ଚି଼ହ୍ନଟ କରନ୍ତୁ । ପ୍ରବାସୀମାନଙ୍କୁ ଆଣି ସଂକ୍ରମଣ ବଢାଇଲେ ରାଜ୍ୟ ସରକାର। ଗଞ୍ଜାମ ଓ ଖୋର୍ଦ୍ଧା ପରିଚାଳନା ଠିକ ଭାବେ ହୋଇପାରୁନି ।  ସମ୍ପୂର୍ଣ୍ଣ ମିସମ୍ୟାନେଜମେଣ୍ଟ ।

Show More
Back to top button