ବୁଲା କୁକୁର ମାମଲାରେ ଆଜି ଆସିବ ସୁପ୍ରିମ ରାୟ l

ସତ୍ୟଶିଖା ୨୨/୦୮/୨୦୨୫: ଦିଲ୍ଲୀରେ କୁକୁର କାମୁଡ଼ାରେ ଲୋକଙ୍କ ଜୀବନ ଯାଉଥିଲେ ବି ପଶୁ ବୋର୍ଡ ଓ ପ୍ରାଧିକରଣ କିଛି କରୁନଥିବା କହିଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀ, ନୋଏଡା, ଗାଜିୟାବାଦ,ଗୁରୁଗ୍ରାମ ଓ ଫରିଦାବାଦରେ ୮ ସପ୍ତାହରେ ସବୁ ବୁଲା କୁକୁରଙ୍କୁ ଧରି ସମର୍ପିତ ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଡବ୍ଲୁଏଚଓ ତଥ୍ୟ କହୁଛି ପ୍ରତି ବର୍ଷ ୩୦୫ ଜଣଙ୍କ ମୃତ୍ୟୁ ହେଉଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୫ ବର୍ଷରୁ କମ୍ ।

ଦିଲ୍ଲୀ ସରକାର ଓ ଦିଲ୍ଲୀ ନଗର ନିଗମକୁ ରିପୋର୍ଟକୁ ତଲବ କରିଥିଲେ ସୁପ୍ରିମକୋର୍ଟ । ମାମଲାକୁ ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କ ଶୁଣାଣି ପରେ ‘ଅନ୍ତରୀଣ ରୋକ’ ଲାଗି ରୁଜୁ ପିଟିସନ ଉପରେ ରାୟ ସଂରକ୍ଷିତ ରଖିଥିଲେ ।

 

Exit mobile version