ନ୍ୟୁଜ୍ରାଜ୍ୟ

ସ୍ୱରର୍ଗଦ୍ୱାର ପାଇବ ନୂଆ ରୂପ: ଚାଲିଛି ପୁନରୁଦ୍ଧାର କାମ ସହ ସୌନ୍ଦର୍ଯ୍ୟକରଣ ,ଜିଲ୍ଲାପାଳ ନିଜେ କାମର ସମୀକ୍ଷା କଲେ l

ଶବଦାହ ପାଇଁ ଆସୁଥିବା ଲୋକଙ୍କୁ ମିଳିବ ବିଶେଷ ସୁବିଧା l

ସତ୍ୟଶିଖା ୦୨.୦୮.୨୦୨୦ : ସ୍ୱର୍ଗଦ୍ୱାର ପାଇବ ନୂଆ ରୂପ । ଶବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ପାଇଁ ମିଳିବ ବିଶେଷ ସୁବିଧା । ଏଥିପାଇଁ ସ୍ୱର୍ଗଦ୍ୱାରର ପୁନରୁଦ୍ଧାର କରାଯିବା ସହିତ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ କରାଯିବ । ଦେଖଣାହାରୀଙ୍କ ପାଇଁ ସ୍ୱର୍ଗଦ୍ୱାର ପାଲଟିବ ଏକ ଦର୍ଶନୀୟ ସ୍ଥାନ । ପୁରୀ ଜିଲ୍ଲାପାଳ ନିଜେ ସ୍ୱର୍ଗଦ୍ୱାର ଅଂଚଳ ପରିଦର୍ଶନ କରି ଏହାର ନିର୍ମାଣ କାମର ସମୀକ୍ଷା କରିଛନ୍ତି ।

ସ୍ୱର୍ଗଦ୍ୱାରକୁ ଶବ ଦାହ ପାଇଁ ଆସୁଥିବା ବ୍ୟକ୍ତି ଯେପରି ଏଠାରେ ଉତମ ବ୍ୟବହାର ପାଇ ଫେରିବେ ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି । ପୌରସଂସ୍ଥା କର୍ମଚାରୀ ଏସବୁ କାମର ତଦାରଖ କରିବେ । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକମାନଙ୍କର ମଧ୍ୟ ବୈଠକ ହୋଇଛି । ସେମାନଙ୍କର ଜୀବିକା ଉପାର୍ଜନ ବ୍ୟବସ୍ଥା ସହିତ ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।
Show More
Back to top button