ଅପରାଧନ୍ୟୁଜ୍

ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ କର୍ମଚାରୀ; ଏକ କାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ସତ୍ୟଶିଖା( ବାଲେଶ୍ଵର)୨୪.୦୬. ୨୦୨୨ :  ଭିଜିଲାନ୍ସ ଜାଲରେ ବାଲେଶ୍ଵର ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ । ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ୍‌ ଏକ କାଳୀନ ଜନାର୍ଦ୍ଦନଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ଆବାସିକ ଗୃହ ସହ  ଜଳେଶ୍ଵର ନୂଆବଜାରରେ ଥିବା କାର୍ଯ୍ୟାଳୟ, ଜଳେଶ୍ଵର ଜାତୀୟ ରାଜପଥ ୬୦ ନିକଟସ୍ଥ ସାନ୍ତିଆରେ ଥିବା ତାଙ୍କ ଚନ୍ଦନ ନାମକ ଏକ ହୋଟେଲ (ଢାବା)ରେ ମଧ୍ୟ ଚଢ଼ାଉ ଜାରି ରହିଛି । ଖାଲି ସେତିକି ନୁ​‌ହେଁ ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ହମ୍ବାର ଗାଁରେ ଥିବା ନିଜସ୍ଵ ଘର ଉପରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ବିଭାଗ ।

Show More
Back to top button