ସତ୍ୟଶିଖା (ଭଦ୍ରକ) ୨୫/୧୧/୨୦୨୦ : ଖବର ପରେ ଆକ୍ସନ । ଯୋଗାଣ ଠିକାଦାର ନିଲମ୍ବିତ , ଡିଲର ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । ବେଆଇନ ପିଡିଏସ ଚାଉଳ ଚାଲାଣ ଓ ହିତାଧିକାରୀଙ୍କୁ ବଣ୍ଟନରେ ଅବହେଳା ଘଟଣାର ଖବର ପ୍ରସାରିତ ପରେ ଆକ୍ସନରେ ଜିଲ୍ଲା ଯୋଗାଣ ବିଭାଗ । ଠିକାଦାରଙ୍କୁ ନିଲମ୍ବିତ ସହ କାରଣ ଦର୍ଶାଅ ନୋଟିସ କରାଯାଇଛି । ଆଉ ଏବେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ତେଶିଙ୍ଗା ପଞ୍ଚାୟତର କୁଳନା ବଜାର ଠାରେ ୧୯ ତାରିଖ ଦିନ ବେଆଇନ ପିଡିଏସ ଚାଉଳ ବୋଝେଇ ଟ୍ରକ କୁ ଅଟକ ରଖିଥିଲେ । ସହକାରୀ ଯୋଗାଣ ଅଧିକାରୀ ପହଞ୍ଚି ଯାଞ୍ଚ ପରେ ବେଆଇନ ଚାଳନ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ପୋଲିସ ଚାଉଳ ସହ ଟ୍ରକକୁ ଜବତ କରିଥିଲା । ସ୍ଥାନୀୟ ହିତାଧିକାରୀ ମାନେ ଠିକ ଭାବେ ଚାଉଳ , ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ପାଉନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଅତିରିକ୍ତ ଓ ସହକାରୀ ଯୋଗାଣ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖିଥିଲେ ।