ଦେଶନ୍ୟୁଜ୍ମନୋରଞ୍ଜନସିନେମା

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର

ସତ୍ୟଶିଖା(ନୂଆଦିଲ୍ଲୀ )୨୫.୧୦ .୨୦୨୧:  ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରଜନୀକାନ୍ତଙ୍କୁ ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେହିପରି ଧନୁଷ ଓ ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ‘ସ୍ୱର୍ଣ୍ଣ କମଳ ଏବଂ ରଜତ କମଳ , ସାଲ୍‍ ଓ ପୁରସ୍କାର ରାଶି ପ୍ରଦାନ କରି ସଭିଁଙ୍କୁ ସମ୍ମାନିତ କରିଥିଲେ। ଏହାସହ ‘ଛିଚୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା।  ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଚଳଚ୍ଚିତ୍ର ଏହି ‘ଛିଚୋରେ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କୁ ସମ୍ମାନିତ କରାଯାଇଥିଲା। ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା।

Show More
Back to top button