ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୯ .୦୯.୨୦୨୦ : ଆଜି ଆଇପିଏଲର ଏକାଦଶ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ ହାଇଦ୍ରାଵାଦ ବିଜୟର ସ୍ଵାଦ ଚାଖି ପାରି ନାହିଁ । ଦିଲ୍ଲୀ ଆଜି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ ଆଜି ପ୍ରଥମ ମ୍ୟାଚ ଜିତି ହାଇଦ୍ରାବାଦ ଦୁଇ ପଏଣ୍ଟ ନେବାକୁ ଚେଷ୍ଟା କରିବ । ଭାରତୀୟ ସମୟ ସୀମା ଅନୁସାରେ ଏହି ମ୍ୟାଚ ଆବୁଧାବିର ଶେଖ ଜାୟେଦ ଷ୍ଟାଡିଅମରେ ସନ୍ଧ୍ୟା ୭:୩୦ରେ ଖେଳାଯିବ ।
ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ, ଗତକାଲି ସୁପର ଓଭରରେ ବାଜି ମାରିଲା ଆରସିବି l
