


ସନି ଲିଓନି ଏକ ଓ୍ବେବ୍ ସିରିଜର ସୁଟିଂ କରୁଛନ୍ତି ଏବଂ ଜଣେ ହୋଷ୍ଟ୍ ଭାବେ ସ୍ପିଲ୍ଟସଭିଲାର ତ୍ରୟୋଦଶ ସିଜନ୍ର ସୁଟିଂ କରିବା ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି । ସନି ଲିଓନି କହିଛନ୍ତି ଯେ ସେ ବହୁତ ଦିନରୁ ସେଟ୍କୁ ଆସିବାକୁ ଅପେକ୍ଷା କରିଥିଲେ । ତାଙ୍କ ପାଖରେ ଏକ ପ୍ୟାକ୍ ସିଡ୍ୟୁଲ୍ ରହିଛି,କିନ୍ତୁ ସେ ଅଭିଯୋଗ କରୁ ନାହାନ୍ତି । ସେ କ୍ୟାମେରା ସମ୍ମୁଖରେ ଆସିବା ପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି,କାରଣ ଏହା ସେହି ସ୍ଥାନ,ଯେଉଁଠାରେ ସେ ବାସ୍ତବରେ ଅଛନ୍ତି ।
ସନି ଆଗକୁ କହିଛନ୍ତି ଯେ,‘ ଲସ୍ ଏଞ୍ଜେଲସରେ ତାଙ୍କୁ ପରିବାର ସହ କ୍ବାଲିଟି ଟାଇମ୍ ବିତାଇବାକୁ ବହୁତ ସମୟ ମିଳିଥିଲା । ସେ ନିଜ କାମକୁ ବହୁତ ମିସ୍ କରୁଛନ୍ତି । ସେ କିଛି ଦମଦାର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଯାହାକୁ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିବା ପାଇଁ ଅପେକ୍ଷା କରି ପାରିବେ ନାହିଁ । ସନି ଲିଓନିଙ୍କ ଆଗାମୀ ଫିଲ୍ମର ନାଁ କୋକା କୋଲା । ସେ ଏବେ ଏହାର ସୁଟିଂ କରୁଛନ୍ତି । ଏହା ବ୍ୟତୀତ ତାଙ୍କ ପାଖରେ ଗୋଟିଏ ଦକ୍ଷିଣ ଭାରତୀୟ ଫିଲ୍ମ ରହିଛି । ଏବେ ସୁଦ୍ଧା ଏହି ଫିଲ୍ମର ନାଁ ସ୍ଥିର ହୋଇନାହିଁ ।Lorem ipsum dolor sit amet, consectetur.