ଧର୍ମନ୍ୟୁଜ୍ରାଜ୍ୟ

ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା

ସତ୍ୟଶିଖା(ପୁରୀ )୨୦.୦୩.୨୦୨୨ : ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା । ଏଣିକି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କ​‌ରୋନା କଟକଣା ଅନୁଯାୟୀ ଆଜିଠୁ ପ୍ରତି ରବିବାର ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ । ସବୁଦିନ ଭଳି ଭକ୍ତଙ୍କୁ ମଧ୍ୟ ରବିବାର ଦିନ ମିଳିବ ଜଗା ଦର୍ଶନ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କୋଭିଡ କଟକଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ଭକ୍ତ ମାନଙ୍କ ପାଇଁ ମାସ୍କ ଓ ସାନିଟାଇଜ୍ ବାଧ୍ୟତାମୂଳକ କରାଯାଇଛି । ହେଲେ ଅନ୍ୟ କୌଣସି କଟକଣା ଭକ୍ତଙ୍କ ପାଇଁ ଲାଗୁ କରାଯାଇନାହିଁ । ଆଜି ପ୍ରଥମ ଥର ପାଇଁ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଥିବାରୁ ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଛି ।

Show More
Back to top button