ନ୍ୟୁଜ୍ରାଜ୍ୟ

ଭତ୍ତାଧାରୀଙ୍କୁ ଚଳିତମାସରେ ମିଳିବ ଅଧିକ ୧୦୦ଟଙ୍କା

ସତ୍ୟଶିଖା( ଭୁବନେଶ୍ୱର )୧୦.୦୫.୨୦୨୨ : ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ରାଜ୍ୟର ପ୍ରାୟ ୬୮ଲକ୍ଷ ଭତ୍ତାଧାରୀଙ୍କୁ ରାଜ୍ୟ ସରକାର ଚଳିତମାସରେ ଅତିରିକ୍ତ ୧୦୦ଟଙ୍କା ସହାୟତା ଦେବେ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସଏପି)ରେ ପ୍ରାୟ ୧୯ଲକ୍ଷ ହିତାଧିକାରୀ ନିଜର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଅର୍ଥ ପାଇବେ। ମଧୁବାବୁ ପେନସନ ଯୋଜନାର ପ୍ରାୟ ୪୮ଲକ୍ଷ ହିତାଧିକାରୀ ଚଳିତମାସ ୧୫ତାରିଖରେ ନଗଦ ଏହି ଅର୍ଥ ପାଇବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତ ମେ’ ମାସରେ ରାଜ୍ୟର ସମସ୍ତ ଭତ୍ତାଧାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଭାବେ ଅତିରିକ୍ତ ୧୦୦ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସହାୟତା ଉଭୟ ମଧୁବାବୁ ପେନସନ ଯୋଜନା ଓ ଏନଏସଏପି ହିତାଧିକାରୀମାନେ ପାଇବେ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗର ଭତ୍ତା ପାଉଥିବା ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ମାସିକ ଭତ୍ତା ବାଦ୍ ଏହି ୧୦୦ଟଙ୍କା ଅତିରିକ୍ତ ଭାବେ ମିଳିବ।

ମଧୁବାବୁ ପେନସନ ଯୋଜନାରେ ନଗଦ ଟଙ୍କା ପାଉଥିବା ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଅର୍ଥ ରାଶି ବ୍ୟବସ୍ଥା କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Show More
Back to top button