ରାଶିଫଳ

ରବିବାର ରାଶିଫଳ: କେମିତି କଟିବ ଆଜିର ଦିନ

ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧:

ମେଷ–କାର୍ଯ୍ୟଭାର ବଢିବ । ବନ୍ଧୁବର୍ଗରୁ ଅକୁଣ୍ଠ ସାହାର୍ଯ୍ୟ ସହଯୋଗ ପାଇବେ । ଲକ୍ଷ୍ୟ ପୂରଣ କରିବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୨ ।

ବୃଷ–ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ ।ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

ମିଥୁନ – ପରିବାରରେ ବୁଝାମଣାକୁ ସଜାଡିନେଇ ପାରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଲୋକ କଲ୍ୟାଣ କର କାର୍ଯ୍ୟରେ ଅଭିରୁଚି ବଢିବ । ପାକକ୍ରିୟା ଜନିତ କେତେକ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

କର୍କଟ–ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃଭୋଗ ହୋଇପାରେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।

ସିଂହ –ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ । ନକରାତ୍ମକ ଚିନ୍ତା ଅଧିକ ଆସିବ । ପିଲାମାନେ ଅବାଧ୍ୟ ହୋଇପାରନ୍ତି । ବୈଷୟିକ କ୍ଷେତ୍ର ସୁଧାରିବାକୁ ଚେଷ୍ଟା କରିବେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।

କନ୍ୟା–ବହୁବ୍ୟକ୍ତିଙ୍କ ପାଖରେ ବିରୋଧୀ ଭାବ ଆଚରଣ କରିପାରନ୍ତି । ମାନସିକ ଦୁଃଖବଢିବ । ଅର୍ଥାଗମ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ । ଗୃହଭୂମି ସମସ୍ୟା ସବୁ ଅଧିକ ଲମ୍ବା ହେବ । ଶୁଭରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

ତୁଳା–ସାତ୍ତ୍ୱିକ ବାତାବରଣ ମିଳିବ । ଶ୍ରଦ୍ଧା ଓ ପ୍ରତିଷ୍ଠା ପାଇବେ । ସଜ୍ଜନ ସଂପର୍କ, ଅର୍ଥାଗମ, ଲୋକକଲ୍ୟାଣ କାର୍ଯ୍ୟ ସଂପାଦନ ହେବ । ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୧ ।

ବିଛା–ବୈଷୟିକ କ୍ଷେତ୍ର ବ୍ୟାପକ ହେବ ଓ ଜନାଦୃତି ମିଳିବ । ବସ୍ତ୍ର ଆଭୂଷଣ ପ୍ରାପ୍ତିଯୋଗ ଦିନର ପ୍ରଥମାର୍ଦ୍ଧରେ ଭୋଗହେବ । ପ୍ରତ୍ୟେକ କର୍ମର ଆଶାନୁରୂପ ଫଳ ପାଇବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ଧନୁ –ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ କରିବେ । କର୍ମ ପ୍ରେରଣା ଲାଭ, ଉତ୍ତମଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭଫଳ ପାଇପାରନ୍ତି । ଶୁଭରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ମକର–ପାରିବାରିକ ବୁଝାମଣା ରହିବ । ଏକାଧିକ କାର୍ଯ୍ୟରେ ହାତ ଦେଇ ହଇରାଣ ହେବେ । ମାନସିକ ଉଦବେଗ, ଅସ୍ଥିରତାବୃଦ୍ଧି, ଦେବା ଦେବୀ ନିଷ୍ଠା ଅତୁଟ ରହିବ ।ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କୁମ୍ଭ -ପାରସ୍ପରିକ ଉତ୍ତମ ବୁଝାମଣା ରହିବ । ସାଧାରଣ କଥାରେ ପ୍ରତିକ୍ରିୟା ପ୍ରକାଶ ନ କରିବା ଲାଭଦାୟକ ହେବ । ଗୁରୁଜନଙ୍କ ଆର୍ଶୀବାଦ ମିଳିବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

ମୀନ – କାର୍ଯ୍ୟବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ । ମାନସିକ ଭୟ ଓ ଉଦବେଗ ବଢିପାରେ, ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

Show More
Back to top button