ରାଶିଫଳ

ଅଗଷ୍ଟ ୨୨ ତାରିଖ, ରବିବାର : ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି

ସତ୍ୟଶିଖା ( ଭୁବନେଶ୍ୱର )୨୨/୦୮/୨୦୨୧ :

ମେଷ– ଯାତ୍ରା ସ୍ଥଗିତ ରଖିବାକୁ ପଡିବ । ସୁଖ-ସମ୍ମାନ ଲାଭକରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ଶୁଭ ରଙ୍ଗ ଲାଇଟ୍ ନୀଳ,ଧଳା । ଶୁଭ ଅଙ୍କ ୯ ।

ବୃଷ– ନିଜର ଅଧିକାର ପ୍ରତିସଚେତନ ହେବାକୁ ପଡିବ । ଆମୋଦ-ପ୍ରମୋଦରେ ନିଜକୁ ହଜାଇ ଦେଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହୋଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ମିଥୁନ – ସୁସ୍ଥ ଓ ନିରାମୟଜୀବନଯାପନ କରିବେ । ଯଶସ୍ୱୀହେବେ । ରୋଜଗାର ଆଶାନୁରୂପ ହେବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୫ ।

କର୍କଟ– ଗୃହକାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ । ମନରେ ଅହଂଭାବଜାତ ହୋଇପାରେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ସହାୟତା ମିଳିବ । ସହଜ-ସୁଲଭ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେସମୟ ଅତିବାହିତକରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କନ୍ୟା –ଆର୍ଥିକସ୍ଥିତିରେ ଢେର ଉନ୍ନତି ଘଟିବ, ମାତ୍ରସୁଖମିଳିବ । କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଥଣ୍ଡା,ସର୍ଦ୍ଦି,କଫଜନିତ ପୀଡାଭୋଗ କରିବାର ସମ୍ଭାବନା ଅଛି । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୧ ।

ତୁଳା– ନିଜ ସମ୍ମାନକୁ ଜଗିଚଳିବାକୁ ପଡିବ । ଚଞ୍ଚଳସ୍ୱଭାବର ହେବେ ।ଏକାନ୍ତପ୍ରିୟଏବଂ ନେତ୍ର ପୀଡା ଭୋଗ କରିପାରନ୍ତି । ମିଷ୍ଟଭାଷୀହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବିଛା– ମାଙ୍ଗଳିକ କାର୍ଯ୍ୟ ପାଇଁ ସମୟ ଦେଇ ପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ହଳଦୀଆ,କଳା । ଶୁଭ ଅଙ୍କ ୩ ।

ଧନୁ – ଶ୍ରୀ ଚନ୍ଦ୍ରଭୋଗ ହେଉଥିବାରୁ ଆୟ ପରିମାଣବୃଦ୍ଧି ପାଇବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି । ଧନ-ସମ୍ପଦ ଭରପୂର ରହିବ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ମକର– ଦେବ ଦର୍ଶନ କରିଶାନ୍ତ ଲାଭ କରିପାରନ୍ତି । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାରବିଦ୍ୟାପ୍ରେମୀ ହେବେ । ଶୁଭରଙ୍ଗ ଆକାଶୀ । ଶୁଭ ଅଙ୍କ ୯ ।

କୁମ୍ଭ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃତ୍ତିର ହେବେ । ମଧୁରଭାଷା ବ୍ୟବହାର କରି ଅନ୍ୟ ଠାରୁ କାର୍ଯ୍ୟହାସଲ କରିବେ । ଭ୍ରାତୃ ସ୍ନେହୀ ହେବେ । ଶୁଭରଙ୍ଗଧଳା । ଶୁଭଅଙ୍କ ୨ ।

ମୀନ – ଚାକିରିକ୍ଷେତ୍ରରେ ଖୁସି ମନାଇ ପାରନ୍ତି । ବାଦ-ବିବାଦର ଅବସାନ ଘଟିବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେୟମଣି ପାରନ୍ତି । ବ୍ୟକ୍ତିତ୍ୱ ପ୍ରକାଶିତହେବ । ଶୁଭ ରଙ୍ଗ ଗାଢାବାଇଗଣି,ଧଳା । ଶୁଭ ଅଙ୍କ ୬ ।

Show More
Back to top button