ଦେଶ

ଆଇଆଇଟି ମାଡ୍ରାସ ୧ନଂ, ବିଶ୍ୱବିଦ୍ୟାଳୟ ମଧ୍ୟରେ ଜେଏନୟୁ ଦ୍ୱିତୀୟ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରେମଶ ପୋଖାରୀୟାଲ ଆଜି ଏନଆଇଆରଏଫ ଇଣ୍ଡିଆନ ରାଙ୍କିଙ୍ଗ ଫର ଇଣ୍ଡିଆନ ଇଷ୍ଟିଚ୍ୟୁଟ୍‌ର ତାଲିକା ପ୍ରକାଶ କରିଛନ୍ତି।

ପ୍ରତିବର୍ଷ ଏପ୍ରିଲ ମାସରେ ଏହି ତାଲିକା ପ୍ରକାଶ ପାଇଥାଏ। ହେଲେ କୋଭିଡ ସଙ୍କଟ ଯୋଗୁ ଜୁନ୍‌ ମାସରେ ତାଲିକା ପ୍ରକାଶ କରାଯାଇଛି।

ସବୁ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆଇଆଇଟି ମାଡ୍ରାସ ପୁଣିଥରେ ଓଭର ଅଲ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ସେହିପରି ଇଞ୍ଜିନିୟରିଂ କ୍ୟାଟାଗୋରୀରେ ବି ଆଇଆଇଟି ମାଡ୍ରାସ ୧ନଂରେ ଥିବା ବେଳେ ଦ୍ୱିତୀୟରେ ଆଇଆଇଟି ଦିଲ୍ଲୀ ଓ ତୃତୀୟରେ ଆଇଆଇଟି ବମ୍ବେ ରହିଛି। ଆଇଆଇଏସ୍‌ସି ବେଙ୍ଗାଲୁରୁ ଓଭର ଅଲ ରାଙ୍କଙ୍ଗର ଦ୍ୱିତୀୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ

ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ବି ଆଇଆଇଏସସି ବେଙ୍ଗାଲୁରୁ ରହିଛି। ଦେଶର ଅନ୍ୟତମ ଖ୍ୟାତନାମା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପୂର୍ବ ଭଳି ବିଶ୍ୱବିଦ୍ୟାଳୟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।

ଶ୍ରେଷ୍ଠ କଲେଜ ରାଙ୍କିଙ୍ଗର ପ୍ରଥମ ୩ଟି ଯାକ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକ ରହିଛି। ୧ନଂରେ ମିରାଣ୍ଡା ହାଉସ, ଦ୍ୱିତୀୟରେ ଲେଡି ଶ୍ରୀରାମ କଲେଜ ଓ ତୃତୀୟରେ ହିନ୍ଦୁ କଲେଜ ରହିଛି।

ଡେଣ୍ଟାଲ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସ ରହିଥିବା ବେଳେ ଦ୍ୱିତୀୟରେ ଉଡିପିରେ ଥିବା ମଣିପାଲ କଲେଜ ଅଫ ଡେଣ୍ଟାଲ ସାଇନନ୍ସ ଓ ପୁଣେ ସ୍ଥିତ ଡିୱାଇ ପାଟିଲ ବିଦ୍ୟାପୀଠ ତୃତୀୟ ସ୍ଥାନରେ ରହିଛି।

[ad_2]
Show More
Back to top button