ସୁନ୍ଦରପଦା ଦୀପକ ହତ୍ୟା ମାମଲା ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ସତ୍ୟଶିଖା(ଭୁବନେଶ୍ୱର ) ୦୮.୦୧.୨୦୨୨ : ସବ-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ଶୁକ୍ରବାର ଦିନ ସୁନ୍ଦରପଦା ଦୀପକ ରାଉତ ହତ୍ୟା ମାମଲାର ତିନି ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ପୋଲିସକୁ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ଭିକି ମଲ୍ଲିକ, ସୁଜିତ ପଣ୍ଡା ଏବଂ ଗୁଣ ମାଲିଆ ନାମକ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ଏୟାରଫିଲ୍ଡ ଥାନା ପୋଲିସ।

ଡିସେମ୍ବର ୩୧ ରେ ସୁନ୍ଦରପଦାସ୍ଥିତ ନୁଆସାହି ଠାରେ ନୂଆ ବର୍ଷ ପାଳନ ଭୋଜି ସମୟରେ ଦୀପଙ୍କୁ ତିନି ଅଭିଯୁକ୍ତ ହତ୍ୟା କରିଥିଲେ । ନୂଆ ବର୍ଷରେ ରାଜଧାନୀରେ ହତ୍ୟା ଖବର ଆସିବା ପରେ ସଂମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଏହି ମାମଲାର ଦୁଇ ଅଭିଯୁକ୍ତ ବିକି ମାଲିଆ ଏବଂ ସୁଜିତ ମାଲିଆ ଗତ ୫ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ଗୁଣ ମାଲିଆ ଜାନୁଆରୀ ୬ ରେ ଆତ୍ମସମର୍ପଣ କରିଥିଲେ।

ରାଜଧାନୀରେ ଦିନକୁ ଦିନ ହତ୍ୟା ଏବଂ ରାହାଯାନୀ ଘଟଣା ବଢି ଚାଲିଛି । ଦିନ ଦ୍ୱିପ୍ରହରେ ମଧ୍ୟ ଲୋକଙ୍କ ଘରେ ପଶି ଚୋରି କରିବା ସହିତ ଲୋକଙ୍କ ଆକ୍ରମଣର ଘଟଣା ସାମ୍ନାକୁ ଆସୁଛି।

ନିକଟରେ ବୁଧବାର ଦିନ ଭୁବନେଶ୍ୱରର ସହିଦ ନାଗର ଠାରେ ଦୁଇ ଜଣ ସଶସ୍ତ୍ର ଦୁର୍ବୁତ୍ତ ଅପରାହ୍ନ ସମୟରେ ଗୋଟିଏ ଘରେ ପଶି ଜୈନିକ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ଘରୁ ଲୁଟ୍‌ପାଟ୍ କରିଥିଲେ ।

Exit mobile version