ସତ୍ୟଶିଖା (ଭୁବନେଶ୍ୱର) ୧୬.୧୨.୨୦୨୧: ସୁମିତଙ୍କ ଦରମା ବନ୍ଦ। ଗତ ୧୦ ତାରିଖରୁ ସୁମିତଙ୍କ ଦରମା ବନ୍ଦ ରହିଥିବା ଜଣାପଡିଛି। ସେ ଯେତେ ଦିନ ଛୁଟିରେ ରହିବେ ତାଙ୍କ ଦରମା ବନ୍ଦ ରହିବ। ଏନେଇ ଗଞ୍ଜାମ ସିଡିଏମଓଙ୍କ ସୂଚନା। ଏଥି ମଧ୍ୟରେ ସେ ଯେତେ ଦିନ ଛୁଟିରେ ରହିବେ ତାଙ୍କ ଦରମା ବନ୍ଦ ରହିବ। ନିୟମ ଅନୁସାରେ ଜଣେ କର୍ମଚାରୀ ଗୋଟିଏ ଥରକେ ୧୦ ଦିନ ସମୟ ଛୁଟିରେ ରହିଲେ ତାଙ୍କ ଦରମା ବନ୍ଧ ରହିବ ବୋଲି ଗଞ୍ଜାମ ସିଡିଏମଓ ସୂଚନା ଦେଇଛନ୍ତି ।
ଶେଷରେ ମୁହଁ ଖୋଲିଲେ ଡିମ୍ପଲଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁ। ସୁମିତ ନିଖୋଜ ଏବଂ ଫେରାର ଘଟଣାରେ ଅଭିଯୋଗ କରିଥିଲେ ଡିମ୍ପଲ। ଅଭିଯୋଗର ଉତ୍ତର ପାଇଁ ସୁମିତ ଜାରି କଲେ ଅଡିଓ। ମୁଁ ମାନସିକ ଏବଂ ଶାରୀରିକ ଅସୁସ୍ଥ ଅଛି।ମୋ ଅଧିକାରୀଙ୍କୁ ଜଣାଇଛି।ଫେରାର,ନିଖୋଜ ସବୁ ମିଛ। ମୋର ଅସୁସ୍ଥତା ଭିତରେ ବି ମୁଁ ସମ୍ପର୍କୀୟ ଏବଂ ସାଙ୍ଗକୁ କହି ଘର ଖୋଜୁଛି।
ମୋ ନାମରେ ଅପଚେଷ୍ଟା କରାଯାଉଛି। ୭ଦିନ ଭିତରେ ଆମ ଭିତରେ କିଛି ସମ୍ପର୍କ ଭଲ ହୋଇନି। ଯାହା ଅସୁବିଧା ହୋଇଛି,ମୁଁ ଆସିକା ଥାନା ମାଧ୍ୟମରେ SDJMକୁ ଜଣେଇଛି।ଏହାସହ ମୋତେ ବର୍ବାଦ କରିଦେଲେ ତପସ୍ୱିନୀ ବୋଲି କହିଛନ୍ତି ସୁମିତ।