

ସତ୍ୟଶିଖା( ବ୍ରହ୍ମପୁର ) ୧୩.୧୨.୨୦୨୧:SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବ୍ରହ୍ମପୁରର ତପସ୍ବିନୀ। ୪ଦିନ ହେଲା ସ୍ବାମୀ ନିଖୋଜ ଥିବାରୁ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଡିମ୍ପଲ। ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। 4 ଦିନହେବ ଡାକ୍ତର ସୁମିତ ସାହୁ ଛୁଟି ନେଇ ରହସ୍ୟଜନକ ଭାବେ କୁଆଡ଼େ ନିଖୋଜ ହୋଇ ଯାଇଛନ୍ତି।
ଏପରିକି ପତ୍ନୀ ତପସ୍ବିନୀଙ୍କୁ ମଧ୍ୟ କିଛି ଜଣାଇ ନଥିବା ସେ ଅଭିଯୋଗ କରିଛନ୍ତି। ଶେଷରେ ତପସ୍ବିନୀ, ସ୍ବାମୀ ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି କୁଆଡ଼େ ଚାଲି ଯାଇଥିବା ସମ୍ପର୍କରେ ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୁମିତ ତାଙ୍କ ପରିବାରବର୍ଗଙ୍କ କଥାରେ ପଡ଼ି କୁଆଡ଼େ ଚାଲି ଯାଇଛନ୍ତି ବୋଲି ତପସ୍ବିନୀ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରି ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।






