

ସତ୍ୟଶିଖା(ଭୁବନେଶ୍ୱର ) ୨୦ .୦୧.୨୦୨୨ : ଡାକ୍ତର ସୁମିତ ସାହୁ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ୧୭ହଜାର ଟଙ୍କା ଦେଇନାହାନ୍ତି । ଏ ନେଇ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି ଆଜି ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ହୋଇଥିଲା । ମିସ୍କେସ୍ ରୁଜୁ ପାଇଁ ପୁଣି ଏକ ପିଟିସନ ଦାଖଲ କରିବାକୁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଥିବା ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ତପସ୍ୱିନୀ-ଡା. ସୁମିତଙ୍କ ମାମଲାର ଶୁଣାଣି କରି ଗଞ୍ଜାମ ଜିଲା ଦୌରା ଜଜଙ୍କ ଅଦାଲତ ଗତ ୪ ତାରିଖରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ତପସ୍ୱିନୀ ନିଜ ଶ୍ୱଶୁର ଘର ଭିତରେ ରହିବାକୁ ହକଦାର ଓ ଡା.ସୁମିତ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଦା ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ କହିଥିଲେ । ହେଲେ ୧୦ ତାରିଖ ସୁଦ୍ଧା ଡା. ସୁମିତ ଟଙ୍କା ନଦେବାରୁ ତପସ୍ୱିନୀ ନିଜ ଓକିଲଙ୍କ ଜରିଆରେ ୧୧ ତାରିଖରେ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ପିଟିସନ ଦାଖଲ କରିଥିଲେ ।