ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ

ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦: ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ । ଭିତରେ ପରୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ଆଜି ପୁଣି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି । ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବିଧାନସଭା ଗେଟ ସାମ୍ନାରେ ୩ ଜଣ ଚାଷୀ କିରୋସିନ ଢାଳି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ତେବେ ସମସ୍ତ ଚାଷୀ ଆଠଗଡ ଅଞ୍ଚଳର ସୂଚନା । ସେମାନେ କାହିଁକି ଓ କେଉଁଥି ପାଇଁ ଆତ୍ମାହୁତି ଉଦ୍ୟମ କରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଉଦ୍ଧାର କରି ପଚରା ଉଚରା କରିବ ବୋଲି ସୂଚନା ମିଳିଛି ।ସେପଟେ ଗତ କିଛି ଦିନ ତଳେ ନୟାଗଡ ପରୀ ହତ୍ୟା ମାମଲାରେ ନାବାଳିକା କୁନି ଝିଅ ପରୀର ବାପାମାଆ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ । ଝିଅକୁ ନ୍ୟାୟ ଦେବା ଦାବିରେ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ବିଧାନସଭା ଆଗରେ ନିଜକୁ ଜାଳିଦେବାକୁ ଉଦ୍ୟମ କରିଥିଲେ । ଆଉ ପୋଲିସ ସେମାନଙ୍କୁ ଅଟକାଇ ପଚରା ଉଚରା କରିଥିବା ବେଳେ ଆଜି ପୁଣି ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି ।

Exit mobile version