ନ୍ୟୁଜ୍ସ୍ୱାସ୍ଥ୍ୟ

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଲେ, ଭୁବନେଶ୍ୱର ରେ ଲକଡାଉନ୍ ହେବ କଡାକଡି

ସତ୍ୟଶିଖା (ଭୁବନେଶ୍ୱର) ୧୭।୦୭:   ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଅଧିକ ରହିଛି । ତେଣୁ ଭୁବନେଶ୍ୱରରେ ଲକଡାଉନ୍‌କୁ କଡାକଡି ଭାବେ ପାଳନ କରାଯିବ । ଏପରିକି ଆଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ପୋଲିସ କମିଶନର କହିଛନ୍ତି ଯେ, ରାଜଧାନୀରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ତେଣୁ ରାଜଧାନୀରେ ଲକଡାଉନ୍ କଡାକଡି ହେବ । ନିୟମ ମାନିବାକୁ ପଡିବ। ଦିନ ୧ଟା ଯାଏଁ ରାସନ, ପରିବା ଆଦି ଦୋକାନ ଖୋଲା ରହିବ । ଘର ପାଖ ଦୋକାନରୁ ପରିବା ରାସନ କିଣିବାକୁ କମିଶନର ପରାମର୍ଶ ଦେଇଛନ୍ତି ।

ଏତତ୍ ବ୍ୟତୀତ, ଚାଲିଚାଲି ପରିବାପତ୍ର କିଣିବାକୁ କମିଶନର କହିବା ସହ ବାଇକରେ ଗଲେ ବାଇକ୍ ଜବତ ହେବ ବୋଲି କହିଛନ୍ତି । ଆହୁରି ମଧ୍ୟ ବାହାଘର କିମ୍ବା ଶୁଦ୍ଧିକାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ । ମିଛ ପ୍ରେସ କାର୍ଡ ଦେଖାଇଲେ ଆକ୍ସନ ନିଆଯିବ ବୋଲି କମିଶନର କହିଛନ୍ତି ।

Show More
Back to top button