ନ୍ୟୁଜ୍
ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରି ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ l


ସତ୍ୟଶିଖା ୧୫ .୦୮.୨୦୨୦ : ଆଜି ୭୪ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାଲୁକା କଳାରେ ସେ ଦେଶର ସମସ୍ତ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ କରିଛନ୍ତି ।
ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଥିବା ଯବାନ ଓ ବର୍ତ୍ତମାନ କରୋନା ମହାମାରୀ ବିରୋଧୀ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସଲାମ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।