ଅଗ୍ନି-୧ ପ୍ରାଇମ୍‌ ମିଜାଇଲ୍‌ର ସଫଳ ପରୀକ୍ଷଣ

ସତ୍ୟଶିଖା(ବାଲେଶ୍ୱର) ୨୮.୦୬.୨୦୨୧: ଅଗ୍ନି ସିରିଜର ଆଉ ଏକ ମିଜାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ସୋମବାର ହୋଇଛି।  ଅଗ୍ନି-୧ ପ୍ରାଇମ ନାମରେ ନାମିତ ଏହି ମିଜାଇଲ୍‌ର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ୧୦ଟା ୫୫ ମିନିଟ୍‌ରେ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି ।

ଅଗ୍ନି-୧ ପ୍ରାଇମ ମିଜାଇଲ୍‌ ଅଗ୍ନି-୧ର ଏକ  ଉନ୍ନତ ସଂସ୍କରଣ। ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୧ ପ୍ରାଇମ୍ ଅଗ୍ନି-୪ ଏବଂ ଅଗ୍ନି-୫ ମିଶାଇଲ୍‌।

। ଏହା  ଭୂପୃଷ୍ଠ କ୍ଷେପଣାସ୍ତ୍ରର ଏକ ପୃଷ୍ଠ ଯାହାକି ପ୍ରାୟ ହଜାରେ କେଜି କିମ୍ବା ଆଣବିକ ଯୁଦ୍ଧ ହେଡ୍ ଧାରଣ କରିପାରିବ |   ଆଧୁନିକ  ଜ୍ଞାନକୌଶଳ ଆଧାରରେ ଏହି ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ତିନି ମାସ ଧରି ପରୀକ୍ଷଣ ବନ୍ଦ ରଖିଥିବା ଡିଆରଡିଓ ପୁଣିଥରେ ସକ୍ରିୟ ହୋଇଛି।

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Exit mobile version