ନ୍ୟୁଜ୍

ଶୁଭାଂଶୁ ଶୁକ୍ଳା ଆଜି ପୃଥୀବି ପୃଷ୍ଠକୁ ଫେରିବେ ।

ସତ୍ୟଶିଖା ୧୫/୦୭/୨୦୨୫: ଶୁଭାଂଶୁ ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯିବା ଏତେ ସହଜ ହୋଇ ନଥିଲା । ଆକ୍ସିଅମ  -ଫୋର ମିସନ ବିଭିନ୍ନ ବୈଷୟିକ ତ୍ରୁଟି  ଯୋଗୁ ବାରମ୍ୱାର ସ୍ଥଗିତ ରହିଥିଲା। ଜୁନ୍ ୧୦ ତାରିଖରେ ଆକ୍ସିଅମ ଫୋର୍ ମିସନ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ପରେ ବିଭିନ୍ନ କାରଣରୁ ଏହି ମିସନ ବାରମ୍ୱାର ସ୍ଥଗିତ ରହିଥିଲା । ଶେଷରେ ଜୁନ୍ ୨୫ରେ ମହାକାଶକୁ ଯାତ୍ରା କରିଥିଲେ ଶୁଭାଂଶୁ । ଯଦି ସବୁକିଛି ଠିକ୍ ରୁହ, ତେବେ  ଆଜି ପୃଥିବୀପୃଷ୍ଠରେ ପହଞ୍ଚିବେ ଶୁଭାଂଶୁ । ୨୨ ଘଣ୍ଟା ଯାତ୍ରା କରିବା ପରେ ଆଜି ଅପରାହ୍ନ ୩ଟାରେ କାର୍ଲିଫଣ୍ଣିଆ ଉପକୂଳରେ ଡ୍ରାଗନ ଅବତରଣ କରିବାର ଅଛି ।

ଆଇଏସଏସରେ ୧୮ ଦିନର ରହଣି ଭିତରେ ଜୀବବିଜ୍ଞାନ, କୁତ୍ରିମ ବୁଦ୍ଧିମତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ବାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି ।  ଗତ ଜୁନ୍ ୨୫  ତାରିଖରେ ଆକ୍ସିଅମ- ଫୋର୍ ମିଶନରେ ଅନ୍ୟ ୩ଜଣ ମହାକାଶଚାରୀଙ୍କ ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲେ ଭାରତର ଶୁଭାଂଶୁ ଶୁକ୍ଲା। ପୃଥିବୀକୁ ଫେରିବା ପରେ ପରିବେଶ ସହ ଖାପ ଖୁଆଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି ।

 

Show More
Back to top button